ରାୟଗଡ଼ା, ବହୁ ଚର୍ଚ୍ଚିତ ରୁଷ୍ ସାଂସଦ ପାଭେଲ ଆଂଟୋଭ ମୃତ୍ୟୁ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଂଚ । ଆଜି କ୍ରାଇମବ୍ରାଂଚର ୧୧ ଜଣିଆ ଟିମ୍ ମରଶରୀର ଦାହ ସଂସ୍କାର କରାଯାଇଥିବା ଶ୍ମଶାନରେ ପହଂଚି ଯାଂଚ୍ କରିଛନ୍ତି । ସାଇଂଟିଫିକ୍ ଟିମ୍ ଏହାର ନମୁନା ସଂଗ୍ରହ କରିଛନ୍ତି ।
ଗତକାଲି ଏନେଇ ୪ ଜଣ ଡ଼ାକ୍ତରଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ । ରାୟଗଡ଼ା ସ୍ଥିତ ହୋଟେଲରେ ପହଂଚି ତଦନ୍ତ କରିଥିଲା ।