ଭୁବନେଶ୍ୱର, କୋରାପୁଟ ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲାକୁ ନେଇ ରାଷ୍ଟ୍ରୀୟ ମାନବିକ ଅଧିକାର କମିସନ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି । ଏନେଇ ଉଭୟଙ୍କୁ ରିପୋର୍ଟ ତଲବ କରାଯାଇଛି । ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ(ଏଟିଆ)ର୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କୋରାପୁଟ ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲାକୁ ନେଇ ଏନଏଚଆରସିରେ ମାମଲା ରୁଜୁ କରାଯାଇଥିଲା । ଏହାପରେ ଜାତୀୟ ମାନବ ଅଧିକାର କମିସନ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।