ଭୁୁବନେଶ୍ୱର – ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ଦ୍ୱାରା ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ସ୍ଥିତି ଉପରେ ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି । ମହାଲେଖା ନିୟନ୍ତ୍ରକ ପ୍ରିନ୍ସିପାଲ ଏଜି ମଧୁସ୍ମିତା ବାସୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୧୮ ମାର୍ଚ୍ଚ ସୁଦ୍ଧା ଓଡ଼ିଶା ସରକାରଙ୍କ ମୋଟ ବକେୟ ଋଣ ପରିମାଣ ୫୧,୧୯୦ କୋଟି ଟଙ୍କାରେ ପହଂଚିଛି, ଯାହାକି ପୂର୍ବବର୍ଷ ଅର୍ଥାତ ୨୦୧୬-୧୭ ତୁଳନାରେ ୨୪.୨୧ ପ୍ରତିଶତ ଅଧିକ ଥିଲା ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ କରାଯାଇଛି । ୨୦୧୬-୧୭ରେ ଓଡ଼ିଶା ସରକାରଙ୍କ ମୋଟ ବକେୟା ଋଣ ପରିମାଣ ୪୨,୦୧୮ କୋଟି ଟଙ୍କା ଥିଲା ଓ ୨୦୧୩-୧୪ରେ ଏହା ମାତ୍ର ୨୩,୩୧୫ କୋଟି ଟଙ୍କା ଥିଲା । ଓଡ଼ିଶା ସରକାରଙ୍କ ଋଣ ରାଜ୍ୟ ଜିଡିପିର ଅଭିବୃଦ୍ଧି ଠାରୁ ଅଧିକ ବେଗରେ ବଢି·ଲିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ଜିଡିପି ୧୦.୨୮ ପ୍ରତିଶତ ହାରରେ ଅଭିବୃଦ୍ଧି ଲାଭ କରିଥିଲା । ଆର୍ଥିକ ବର୍ଷରେ ସରକାରଙ୍କ ରାଜସ୍ୱ ପ୍ରାପ୍ତିରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିଲା । ଏହା ପୂର୍ବବର୍ଷ ତୁଳନାରେ ୧୪.୬୭ ପ୍ରତିଶତ ବୃଦ୍ଧି ହୋଇ ୮୫,୨୦୪ କୋଟି ଟଙ୍କାରେ ପହଂଚିଛି । ଏହି ବର୍ଷ ରାଜ୍ୟ ୧୩,୩୬୭ କୋଟି ଟଙ୍କାର ରାଜସ୍୍ୱ ବଳକା ହାସଲ କରିଥିଲା ବୋଲି ରିପୋର୍ଟରେ ଉପସ୍ଥାପନ କରାଯାଇଛି ।
Related Stories
December 21, 2024