-
ପୂର୍ବପରି ଭକ୍ତଙ୍କ ନିମନ୍ତେ ଚାରିଦ୍ୱାର ଖୋଲାଯାଉ,
-
ଶ୍ରୀମନ୍ଦିରରେ ମଦୁଆଙ୍କ ପ୍ରବେଶରେ କଟକଣା ଦାବୀ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ମହିଳାମାନେ ବଡ଼ଦାଣ୍ଡ ଉପରେ ପରିଶ୍ରା କରୁଛନ୍ତି। ସେଠାରେ ବିନା ପରିଶ୍ରାଗାର ରେ ଶୃଙ୍ଖଳିତ ଦର୍ଶନ ଏକ ପ୍ରହେଳିକା ନୁହେଁ କି?। ଅସ୍ଥାୟୀ ବାରିକେଡ୍ ର ଏକ କିଲୋମିଟର ଲମ୍ବାଲାଇନ୍ ରେ ଭଲ ଦର୍ଶନ ଏକ ଧୁଆଁବାଣ ନୁହେଁ କି? କରୋନା ଆସିନି। ଏଣୁ ଏବେ ବି ସମୟ ଅଛି, ପ୍ରଶାସନ କାଗଜପତ୍ର ରେ ନୁହେଁ, ସତସତିକା ଶୃଙ୍ଖଳା ପାଇଁ,ଖୋଲିଦିଅନ୍ତୁ ଶ୍ରୀମନ୍ଦିର ର ଚାରିଦ୍ବାର।ଭାଙ୍ଗିଯାଉ ଲମ୍ବା ଲାଇନ। ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ବଡ଼ଦାଣ୍ଡ ର ଉଭୟେ ପାର୍ଶ୍ଵରେ ନଳା ଉପରେ ଓ ପାଣି କଳ ପାଖରେ ଅନ୍ୟୁନ ୨୦ଟି ଅସ୍ଥାୟୀ ପରିଶ୍ରାଗାର କରନ୍ତୁ। ମିଛ ମୋବାଇଲ ଷ୍ଟାଣ୍ଡ ନିକଟରୁ ଭକ୍ତମାନଙ୍କ ଲୁଟ୍ ରୋକିବାକୁ ସ୍ବତନ୍ତ୍ର ପୁଲିସ ଜଗାନ୍ତୁ। ଶ୍ରୀମନ୍ଦିର ର ପବିତ୍ରତା ରକ୍ଷାପାଇଁ ମଦୁଆଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାନ୍ତୁ ବୋଲି ନିବେଦନ ରଖିଛି ଓଡ଼ିଶା ଯୁବ ଚେତନା ସଂଗଠନ। ଅନୁଷ୍ଠାନ ର ରାଜ୍ୟ ସଭାପତି ବଦ୍ରି ମିଶ୍ର ଏନେଇ ଜିଲ୍ଲା ପ୍ରଶାସନ କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।