
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ସମତା ସାହିତ୍ୟ ସମିତି ପୁରୀ ଆନୁକୁଲ୍ୟରେ ଡେଲଟା ମଙ୍ଗଳା ମନ୍ଦିର ପରିସରରେ ସାହିତ୍ୟରେ ମାନବବାଦ ଶୀର୍ଷକ ଆଲଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ସମିତିର ଉପଦେଷ୍ଟା ଶିବସୁନ୍ଦର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗାଚାର୍ଯ୍ୟ ଡ଼କ୍ଟର ରମାକାନ୍ତ କର ଯୋଗ ଦେଇ ଉଦଘାଟନ କରିଥିଲେ l ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବାଣପୁର ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ଶିକ୍ଷା ମଣ୍ଡଳାଧିସ ବିଜୟଲକ୍ଷ୍ମୀ ଦାସ, ଆଶା ଲତା ପ୍ରଧାନ, ରେଣୁକା ମିଶ୍ର, ଅଧ୍ୟାପିକା ସୁଚିଶ୍ମିତା ମହାନ୍ତି ଯୋଗଦାନ କରିଥିଲେ l ମଣିଷର ଦୁଃଖ ଅଭାବ ଅନଟନ ଜାତିଆଣ ଭାବ ବର୍ଣ୍ଣ ବୈଷମ୍ୟ ଏସବୁକୁ ପରିହାର କରି ମଣିଷ ପଣିଆକୁ ସାହିତ୍ୟରେ ରୂପାୟିତ କରିବା ଦରକାର l ସମାଜରେ ମାନବିକତା ହଜିଯାଇଛି l ଜନମାନସରେ ବିବେକ ବୃଦ୍ଧି ବିଚାର ଆଚାର ପ୍ରଭୃତି ଯାହା ନିହାତି ଜରୁରୀ ତାହା ଆଜି ଦେଖିବାକୁ ମିଳୁନାହିଁ l ସମାଜରୁ ସାହିତ୍ୟର ସୃଷ୍ଟି l ଏହା ସମାଜ ସହିତ ଓତପ୍ରୋତ ଭାବେ ଜଡ଼ିତ ବୋଲି ଏହି ଅବସରରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଆୟୋଜିତ ଆଲୋଚନା ଚକ୍ରରେ ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସୂର୍ଯ୍ୟନାରୟଣ ପାଣିଗ୍ରାହୀ, ଶ୍ୟାମସୁନ୍ଦର ମହାପାତ୍ର, ରତିକାନ୍ତ ପ୍ରତିହାରୀ, ନୃସିଂହ ଚରଣ ମହାନ୍ତି, ପଣ୍ଡିତ ଦୟାନିଧି ପଣ୍ଡା, ନାରାୟଣ ଚନ୍ଦ୍ର ସିହ୍ନା ଅଂଶଗ୍ରହଣ କରିଥିଲେ l ପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l କବିତା ଆବୃତ୍ତି କରିଥିଲେ ଆର୍ତ୍ତତ୍ରାଣ ମାନସିଂହ, ରେଣୁକା ମିଶ୍ର, ମଞ୍ଜୁଶ୍ରୀ ମିଶ୍ର, ସୁଦୀପ୍ତl ମିଶ୍ର, ଫୁଲରାଣୀ ପାଳ, ଉଷାରାଣୀ ଓଝା, କନକଲତା ଦାସ, ସଦାଶିବ ମିଶ୍ର, ଲବଙ୍ଗ ମହାପାତ୍ର, ପ୍ରଭାସିନୀ ମିଶ୍ର, ପୌର୍ଣ୍ଣ ମାସି ଦେବୀ l ଏହି ଅବସରରେ ଝରଣା ରାଣୀ ରଥ, ରଘୁନାଥ ମହାନ୍ତି, ମିତକେତନ ପାଟ ଯୋଶୀ, ଅନ୍ନପୂର୍ଣ୍ଣା ଦେବୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବ ସମତା ସାହିତ୍ୟ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା l ସମିତିର ସଂପାଦକ ଭାଗବତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ କବି ଭବାନୀ ପ୍ରସାଦ ବଳିଆର ସିଂ l