ବଲାଙ୍ଗିର, ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ। ଏହି ଆଭିମୁଖ୍ୟ ନେଇ ଆଜି ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ବାର୍ଷିକ ଉତ୍ସବ ବଲାଙ୍ଗୀର ସହରରେ ଅବସ୍ଥିତ ବିଶ୍ଵବିଦ୍ୟାଳୟ ପରିସରରେ ଉଦଯାପନ ହୋଇଯାଇଛି। ଉତ୍ସବରେ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ପୂର୍ବାହ୍ନ ୧୦ଟା ୪୫ ରେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଉଦଘାଟନ କରିଥିଲେ। ଛାତ୍ର, ଛାତ୍ରୀମାନେ, ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ଅଧ୍ୟାପକ ଅରିନ୍ଦମ ପରିଛା ଓ ଅଧ୍ୟାପିକା ଭକ୍ତି ପଢାରିଆ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ବର୍ତ୍ତମାନ ସ୍ଥିତିର ପ୍ରତିଯୋଗିତାମୂଳକ ପରିବେଶରେ ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ, ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଜର ଦକ୍ଷତାକୁ ତ୍ଵରାନ୍ୱିତ କରନ୍ତୁ ବୋଲି କହିଥିଲେ। ଉତ୍ସବଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସମ୍ପାଦିତ ହୋଇଥିଲା। ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, (ସି.ଏଚ.ଏସ.ଇ.) ଯୁକ୍ତ ଦୁଇ ବିଜ୍ଞାନର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ( ବି.ଏସ.ସି.) ର ଅଧ୍ୟକ୍ଷ ସୋମନାଥ ଷଡ଼ଙ୍ଗୀ, ଫର୍ମାସୀର ଅଧ୍ୟକ୍ଷ ଡ଼. ପ୍ରଫୁଲ୍ଲ କୁମାର ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ସଫଳ ପରିଚାଳନା ଓ ଉପଯୁକ୍ତ ମାର୍ଗ ଦର୍ଶନ କରିଥିଲେ। ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଛାତ୍ର, ଛାତ୍ରୀଙ୍କୁ ଆହ୍ଵାନ ଦେଇ କହିଥିଲେ ଯେ, ସେମାନେ ଜୀବନରେ କଠିନ ଅଧ୍ୟବସାୟ କରନ୍ତୁ ଓ ଅନୁଷ୍ଠାନ ପାଇଁ ଗୌରବ ଆଣନ୍ତୁ।
ଏହାପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥଲା। ସେଞ୍ଚୁରିଅନ ବିଦ୍ୟାଳୟର (ସି.ବି.ଏସ.ଇ.) ଯୁକ୍ତ ଦୁଇ ବିଜ୍ଞାନ ଦ୍ଵାଦଶ ଶ୍ରେଣୀର ଛାତ୍ର ସ୍ଵପ୍ନିଳ ସ୍ଵରୂପ ପଣ୍ଡା (ବେଷ୍ଟ ଷ୍ଟୁଡେଣ୍ଟ ଅଫ ଦ ଇଅର ) ର ପୁରସ୍କାରରେ ପୁରସ୍କୃତ ହୋଇଥିଲେ। ସେହିପରି ଭାବରେ (ସି.ବି.ଏସ.ଇ.) ଯୁକ୍ତ ଦୁଇ କଳା ଦ୍ଵାଦଶ ଶ୍ରେଣୀର ଛାତ୍ରୀ ପଲ୍ଲବୀ ପ୍ରିୟଦର୍ଶିନୀ ମେହେର (ବେଷ୍ଟ ଷ୍ଟଡେଣ୍ଟ ଅଫ ଦ ଇଅର) ଭାବରେ ପୁରସ୍କୃତ ହୋଇଥିଲେ। (ବି. ଏସ. ସି ) ବିଭାଗର ପ୍ରତ୍ୟୁଷ ପରିତୋଷ ପଧାନ, (ବି.ସି.ଏ.) ବିଭାଗର ଅଭିପ୍ସା ବହିଦାର, (ଏମ.ଏସ. ସି. ) ବିଭାଗର ଲିଜ଼ା ରାଣୀ ତ୍ରିପାଠୀ, (ବି. ଫାର୍ମ ) ଅଷ୍ଟମ ସେମିଷ୍ଟାରର କାହ୍ନୁ ଚରଣ ପଧାନ, (ଡି. ଫାର୍ମ ) ଦ୍ଵିତୀୟ ବର୍ଷର ଛାତ୍ରୀ ପ୍ରତିକ୍ଷା ଯୋଶୀ, (ଡି.ଏମ.ଏଲ.ଟି. ) ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ଉତ୍ତମ୍ ବଡସେଠ ସମସ୍ତେ ନିଜ ନିଜ ବିଭାଗର (ବେଷ୍ଟ ଷ୍ଟୁଡେଣ୍ଟ ଅଫ ଦ ଇଅର ) ଭାବରେ ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ। ଏହି ଅବସରରେ ଅନୁଷ୍ଠାନର ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ଵାରା ଏକ ପୁସ୍ତକ( ଏ ହେଣ୍ଡ ବୁକ ଅଫ ମେଡିସିନାଲ ପ୍ଲାଣ୍ଟ) ନାମରେ ନାମିତ ପୁସ୍ତକ ଜିଲ୍ଲାପାଳଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ପୁସ୍ତକଟି ବିଭିନ୍ନ ଔଷଧିୟ ବୃକ୍ଷ ଓ ତାର ଔଷଧୀୟ ଗୁଣ ବିଷୟରେ ପର୍ଯ୍ୟବେସିତ ହୋଇଛି। ପୁସ୍ତକଟିକୁ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ଶାନ୍ତନୁ ଭଟ୍ଟାଚାର୍ଯ୍ୟ, ଶ୍ରୀମତୀ ପ୍ରତିଭା ଦୀପ, ଶ୍ରୀମତୀ ନମିତା ସ୍ମୃତି ପଣ୍ଡା, ଜ୍ୟୋତି ପ୍ରକାଶ ରଥ, ଅଶ୍ୱିନୀ ପଟ୍ଟନାୟକଙ୍କ ଦ୍ଵାରା ରଚିତ ଓ ସମ୍ପାଦିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଅନୁଷ୍ଠାନର ପ୍ରାଙ୍ଗଣରେ ଏକ (କ୍ୟାକଟସ ଗାର୍ଡେନ ) ର ଉଦଘାଟନ କରିଥିଲେ। ଏହା ଏକ ସମ୍ପୂର୍ଣ୍ଣ (ହର୍ବାଲ ସୋପ ) ଯାହାକି ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ଵାରା ପ୍ରସ୍ତୁତ ହୋଇଛି ତାକୁ ମଧ୍ୟ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚିତ୍ତାକର୍ଷକ ସଂଗୀତ ଓ ନୃତ୍ୟ ଦ୍ଵାରା ପ୍ରାରମ୍ଭ ହୋଇଥିଲା। ଏହି କ୍ରମରେ ଅନୁଷ୍ଠାନର ସମସ୍ତ ଶ୍ରେଣୀର ଛାତ୍ର, ଛାତ୍ରୀ ମାନେ ସଂଗୀତ, ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ। ପରିଶେଷରେ ଧନ୍ୟବାଦ ଅର୍ପଣ ସମାରୋହ ବିଦ୍ୟାଳୟର (ସି.ଏଚ.ଏସ.ଇ ) ଯୁକ୍ତ ଦୁଇ ବିଜ୍ଞାନର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟାଙ୍କ ଦ୍ଵାରା ସମାପିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଏପରି ଏକ ଚିତ୍ତାକର୍ଷକ ଓ ଆକର୍ଷଣୀୟ ଉତ୍ସବର ଆୟୋଜନ ପାଇଁ ଅଭିଭାବକ ଓ ଅଭିଭାବିକା ମାନେ ବିଦ୍ୟାଳୟର କର୍ତ୍ତ୍ତୃପକ୍ଷଙ୍କର ଭୁୟସୀ ପ୍ରଶଂସା କରିଥିଲେ। ବାସ୍ତବରେ ଉତ୍ସବଟି ଅନୁକରଣୀୟ ହୋଇଥିବା ସଙ୍ଗେ ସଙ୍ଗେ ସହରରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ଓ ଅନୁଷ୍ଠାନକୁ ପ୍ରସଂଶାର ସୁଅ ଛୁଟିଛି।