ମାଲକାନଗିରି, ମାଲକାନଗିରି ଜିଲ୍ଲା ସଦର ମହକୁମା ମାଲକାନଗିରି ମହାବିଦ୍ୟାଳୟ ସଭାଗୃହ ଠାରେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ ଆଜି ଜିଲ୍ଲା ଶାଖାର ଅଧ୍ୟକ୍ଷ ଡ଼ଃ. ରଞ୍ଜନ କୁମାର ସ୍ଵାଇଁଙ୍କ ସଭାପତିତ୍ଵରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଜନା ଓ ପର୍ଯାଲୋଚନା ୟୁନିଟ ର ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳେଇ ଯୋଗଦେଇ ମଧୁବାବୁଙ୍କ ଜୀବନି ଏବଂ ଉତ୍କଳ ସମ୍ମିଳନୀର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ସେହିଭଳି ମୁଖ୍ୟବକ୍ତା ଭାବେ ପଡ଼ିଆ ୨ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର ତାଙ୍କ ବକ୍ତବ୍ୟରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ହୋଇନଥିଲେ ଓଡ଼ିଆ ପରିଚୟ ଲୋପ ପାଇଯାଆନ୍ତା ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ସରକାରୀ ଆଦର୍ଶ ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ. କିରଣ କୁମାର ଜାମୁଡାଳିଆ, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରମୋଦ କୁମାର ସେନାପତି ମଞ୍ଚାସିନ ରହି ଏହି ଦିବସର ତାତ୍ପର୍ଜ୍ୟ ସମ୍ପର୍କରେ ବୁଝାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ବାଲାରାଜୁ ପାଢ଼ୀ ଇଂରାଜୀ ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ, ଅଭିମନ୍ୟୁ ଦଳବେହେରା, ମାଲକାନଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଚକ୍ରପାଣି ସାହୁ ଓ ଶତାଧିକ ଛାତ୍ର ଛାତ୍ରୀ ଉକ୍ତ ସଭାରେ ଯୋଗ ଦେଇଥିଲେ।
ସଭା ଶେଷରେ ମାଲକାନଗିରି ଜିଲ୍ଲା ଶାଖା ସମ୍ପାଦକ ପ୍ରମିୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଉପସ୍ଥିତ ସମସ୍ତେ ସର୍କିଟ ହାଉସ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।