
ମାଲକାନଗିରି, ମାଲକାନଗିରି ଯୋଗାଣ ନିରୀକ୍ଷକ ପ୍ରଭଞ୍ଜନ ମହାନ୍ତିଙ୍କ ନେତୃତ୍ବରେ ଆଜି ଏମଭି-୧୩ ଗ୍ରାମର ମୋତିଲାଲ ପରାମାଣିକଙ୍କ ଘରେ ଚଢଉ କରାଯାଇ ବେଆଇନ ଭାବେ ଗଚ୍ଛିତ ଥିବା ୨୫୬ ବସ୍ତା ଧାନକୁ ଜବତ କରାଯାଇଛି। ମୋତିଲାଲ ଏହି ଧାନକୁ ନିକଟସ୍ଥ ମଣ୍ଡିରେ ବିକ୍ରି କରିବାକୁ ଯୋଜନା କରୁଥିବା ନେଇ ଯୋଗାଣ ବିଭାଗକୁ ଖବର ମିଳିବା ପରେ ସେଠାରେ ଚଢଉ କରାଯାଇଥିଲା। ମୋତିଲାଲ କେଉଁ ଠାରୁ ଏତେ ଧାନ ଆଣିଲେ ତାର କୌଣସି ସଠିକ ଉତ୍ତର ଦେଇନପାରିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଭାଗ କହିଛି। ତେବେ ମାଲକାନଗିରି ମଣ୍ଡିରେ ହେଉଥିବା ଦଲାଲଗିରିକୁ ତୁରନ୍ତ ବନ୍ଦ କରିବା ସହ ଜିଲ୍ଳାର ସମସ୍ତ ମଣ୍ଡିରେ ଯୋଗାଣ ବିଭାଗ ତଦନ୍ତ କରିବା ଏବଂ ପ୍ରକୃତ ଚାଷୀ ଯେପରି ନିଜର ଧାନ ବିକ୍ରି କରିପାରିବ ସେନେଇ ପ୍ରୟାସ କରିବା କଥା ବୋଲି ଚାଷୀ ମହଲରେ ଦାବି ହୋଇଛି।