ଭବାନୀପାଟଣା,କଳାହାଣ୍ଡି ବିଶ୍ଵବିଦ୍ୟାଳୟର ନୂତନ ଭାବେ ନିର୍ମିତ ଗ୍ରନ୍ଥାଗାରକୁ ଉଦଘାଟନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ରାଜ୍ୟପାଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ୍ ରେ ପହଂଚି ଥିଲେ । ଏହା ପରେ ବିଶ୍ଵବିଦ୍ୟାଳୟର କର୍ମକର୍ତା, ଜିଲ୍ଲାସ୍ତରିୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନୂତନ ଭାବେ ନିର୍ମିତ ଗ୍ରନ୍ଥାଗାରକୁ ଉଦଘାଟନ କରିଥିଲେ । ଏହି ଅବସରରେ ସେଠାରେ ଆୟୋଜିତ ସଭାକୁ ସମ୍ବୋଧନ କରି ସେ କହିଥିଲେ ଯେ, କଳାହାଣ୍ଡିର ବିକାଶ ପାଇଁ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନର ବିକାଶ ଏକାନ୍ତ ଅପରିହାର୍ଯ୍ୟ ।
ସେହିପରି ଅପରାହ୍ନ ୩ଟା ୪୦ ରେ ଭବାନୀପାଟଣା ସ୍ଥିତ ଟାଉନ ହଲ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।