-
ସମ୍ବଲପୁର – ହାୱଡ଼ା ଶାଲିମାର ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ
ଅନୁଗୁଳ, ଆଜି ଅନୁଗୁଳ ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତିନି କେନ୍ଦ୍ରମନ୍ତ୍ରୀ ଯଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଅନୁଗୁଳ ରେଳଷ୍ଟେସନରେ ମୁଖ୍ୟମନ୍ତ୍ରୀ ଓ ତିନି କେନ୍ଦ୍ରମନ୍ତ୍ରୀ ପତକା ଦେଖାଇ ସମ୍ବଲପୁର – ହାୱଡ଼ା ଶାଲିମାର ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ଅନୁଗୁଳ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କ୍ୟାମ୍ପସ୍ ର ଶିଳାନ୍ୟାସ କରିବା ସହ ସେଠାରେ ଆୟାଜିତ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି । ପ୍ରକଳ୍ପ ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟରେ ନିଯୁକ୍ତି ବଢିଛି, ଆଗକୁ ବିକାଶର ଧାରା ଆହୁରି ମଜବୁତ ହେବ । ଅନୁଗୁଳ ଜିଲ୍ଲାରେ ୨ଟି ବଡ଼ ପାନୀୟ ଜଳ ପ୍ରକଳ୍ପ କରାଯିବ । ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ଏଥିରେ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ପର୍ଯ୍ୟନ୍ତ ଋଣ ମଞ୍ଜୁର ହେବ ।