ଭୁବନେଶ୍ୱର. କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରହ୍ଲାଦ ଜୋଶୀ ଗୁରୁବାର ଦିନ ଅନୁଗୁଳର ଠାରେ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ସମ୍ବଲପୁର ଓ ଶାଲିମାର ଏକ୍ସପ୍ରେସ ତାଳଚେର-ଢେଙ୍କାନାଳ-ଭଦ୍ରକ ଦେଇ ଯାତାୟତ କରିବ । ଏହି ପଦକ୍ଷେପ ଯାତ୍ରୀ ମାନଙ୍କ ଯାତାୟତ ସୁବିଧାକୁ ସହଜ କରିବ । ଏହି ଟ୍ରେନ୍ କଲିକତା ଓ ଓଡ଼ିଶା ମଧ୍ୟରେ ବାଣିଜ୍ୟ କାରବାର ଓ ଲୋକସମ୍ପର୍କକୁ ମଜଭୂତ୍ କରିବାର ନୂଆ ମାଧ୍ୟମ ହେବ ।
ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ(୨୦୮୩୨/୨୦୮୩୧) ଜାନୁଆରି ୩ରୁ ସମ୍ବଲପୁରରୁ ପ୍ରତି ରବିବାର, ମଙ୍ଗଳବାର ଓ ଗୁରୁବାର ସନ୍ଧ୍ୟା ୭ଟା ୧୦ରେ ଛାଡ଼ିବାକୁ ଥିବା ବେଳେ ଜାନୁଆରି ୪ରୁ ଶାଲିମାରରୁ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ରାତି ୯ଟା ୨୫ରେ ଛାଡ଼ିବ ।