ଭୁବନେଶ୍ୱର/ ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଅନୁଗୁଳ ଗସ୍ତରେ ୧୮୦୫ କୋଟି ଟଙ୍କାର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ ୭ ହଜାର ୪ଶହ ମହିଳା ସୟଂ ସହାୟକ ଗୋଷ୍ଠୀର ୭୫ ହଜାର ସ୍ୱାବଲମ୍ବୀ ମହିଳାଙ୍କୁ ୨୪୨ କୋଟି ଟଙ୍କାର ଋଣ ଏବଂ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ସଭାରେ ଏସଏଚଜି ସଦସ୍ୟାମାନେ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଂଗ୍ରାମ ଏମାଟିକୁ ଗୌରବାନ୍ୱିତ କରିଛି । ଶିଳ୍ପ କ୍ଷେତ୍ରରେ ଅନୁଗୁଳ ଜିଲ୍ଲା ଖୁବ ଆଗୁଆ ରହିଛି । ଏହାର ବିକାଶ ଲାଗି ୮୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଜିଲ୍ଲାର ୪୮ ଟି ପଂଚାୟତର ପାନୀୟ ଜଳଯୋଗାଣ ଲାଗି ସରକାର ୩୫୦ କୋଟିର ବ୍ୟବସ୍ଥା କରିଛନ୍ତି । ସେ କହିଛନ୍ତି ଯେ ମିଶନ ଶକ୍ତି ତାଙ୍କର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ । ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।