
ଭୁବନେଶ୍ୱର, ମୋଦୀ ସରକାରଙ୍କ ଦ୍ୱାରା ଖଣି ନିଲାମୀର ନିୟମରେ ସଂଶୋଧନ କରାଯିବା କାରଣରୁ ପୂର୍ବ ତୁଳନାରେ ଓଡିଶାକୁ ଅଧିକ ରାଜସ୍ୱ ମିଳୁଛି ବୋଲି କହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲାଦ ଜୋଶୀ । ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଜୋଶୀ ଏହା କହିଛନ୍ତି ।
ସେ କହିଛନ୍ତି ଯେ ୨୦୧୪ -୧୫ରେ ମାଇନିଂ କ୍ଷେତ୍ରରୁ ଓଡିଶାକୁ ୫ ହଜାର କୋଟି ଟଙ୍କାର ରାଜସ୍ୱ ମିଳୁଥିବା ବେଳେ ଖଣି ନିଲାମୀର ନିୟମରେ ସଂଶୋଧନ ପରେ
ଏବେ ଓଡିଶାକୁ ୫୦ ହଜାର କୋଟି ଟଙ୍କାର ରାଜସ୍ୱ ମିଳୁଛି ।