
ଭୁବନେଶ୍ୱର, ଓଡିଶାରେ ଫାଇଭ ଜି ସେବା ଆଗାମୀ ଜାନୁଆରୀ ୨୬ ତାରିଖ ପୂର୍ବରୁ ଆରମ୍ଭ ହେବ । ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ ଦୂରସଂଚାର କ୍ଷେତ୍ରରେ ଓଡିଶାକୁ ଅବହେଳା କରାଯାଉଥିବା କଥା କେହି ଆଉ କରି ପାରିବେ ନାହିଁ । ଟେଲିକମ୍ କ୍ଷେତ୍ରରେ ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୬୦୦ କୋଟି ଟଙ୍କା ଦେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।