ରାଉରକେଲା, ରାଉରକେଲା ସହରର ଅନ୍ୟତମ ଅନୁଷ୍ଠାନ ଅଲିଭା ଦୀପ ପକ୍ଷରୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚଳିତ ମାସ ୨୫ ତାରିଖରେ ସେକ୍ଟର୭ ଠାରେ ଅନେକ କଳାକାରଙ୍କୁ ନେଇ ଏକ ବିଶେଶ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ବିଶେଷ ଅବସରରେ ସ୍ଵର୍ଗତ ଶାନ୍ତନୁ ବାବୁଙ୍କ ସ୍ମୃତିଚାରଣ କରାଜିବା ସହ ଓଡିଶା ସଙ୍ଗୀତ ଜଗତକୁ ସେ ଦେଇଯାଇଥିବା ମୂଲ୍ୟବାନ ଅଲିଭା ଦର୍ଶନକୁ କଳାକାର ମାନେ କେବେ ଭୁଲିପାରିବେ ନାହିଁ, ତାଙ୍କ ଭଳି ମହାନ ପ୍ରତିଭାଙ୍କୁ ଏ ଜଗତ ସବୁବେଳେ ମନେ ରଖିବ ବୋଲି ଉପସ୍ଥିତ କଳାକାର ମାନେ ମତ ଦେଇଥିଲେ । ପରେ ଅନୁଷ୍ଠିତ ବିଶେଷ କାର୍ଯ୍ୟକ୍ରମକୁ ଗୁରୁ ନରେନ୍ଦ୍ର ନାୟକ ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ । ପରେ ରାଉରକେଲାର ଉଦୀୟମାନ କଳାକାର ମାନେ ନିଜ ନିଜର କଳା ପ୍ରଦର୍ଶନ କରିବା ସହ ସଙ୍ଗୀତ ପରିବେଷଣ କରିଥିଲେ । ଅଲିଭା ଦୀପ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଭାତ ସାମଲଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଵର୍ଗତ ଶାନ୍ତନୁଙ୍କ ପୁତୁରା ସୌମ୍ୟରଂଜନ ମହାପାତ୍ର, ପ୍ରଶାନ୍ତ ଦାସ, ବିଶ୍ଵନାଥ ପଟ୍ଟନାୟକ, ସାଗର ବାରିକ, ରତନ, ଇନ୍ଦ୍ରଜିତ, ବିଶ୍ଵଜିତ ଦାଶ ପ୍ରମୁଖ ଯନ୍ତ୍ରାଶରେ ସହଯୋଗ କରିଥିବା ବେଳେ କଂଠଶିଳ୍ପୀ ସୌମ୍ୟରଂଜନ କର, ସତ୍ୟବ୍ରତ ମିଶ୍ର, ଲିପ୍ସା ଦାସ, ଅଙ୍କିତା ବେହେରା, ସୌଜନ୍ୟା ପତି, ଅନିତା ପଣ୍ଡା, ବିଷ୍ନୁପ୍ରିୟା ସାହୁ, ପଦ୍ମାରାଣୀ ବେହୁରା, ଲିନା ସେନ, ଲକ୍ଷ୍ମୀପ୍ରିୟା ବେହେରା, ଶ୍ରିମା ମିଶ୍ର, ଅଲିସା ବିଶ୍ଵାଳ, ଗୁରୁ ପ୍ରଦୀପ ପଣ୍ଡା, ଗୁରୁ ଶରତ ପଣ୍ଡା, ବିମଳ ସାହୁ ଓ ରଂଜିତ ପ୍ରଧାନ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । ଆଖ ପାଖର ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
Related Stories
November 22, 2024