
ଭୁବନେଶ୍ୱର, ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଏକ ସ୍ୱତନ୍ତ୍ର କାର୍ଯକ୍ରମରେ ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ(୦୮୪୧୬/୦୮୪୧୫) ଡିସେମ୍ବର ୩୧ରୁ ପୁରୀରୁ ପ୍ରତିଦିନ ଅପରାହ୍ନ ୧ଟା ୧୫ରେ ଏବଂ ଜାନୁଆରି ପହିଲାରୁ ଜଳେଶ୍ୱରରୁ ସକାଳ ୪ଟା ୫୦ରେ ପୁରୀ ଅଭିମୁଖେ ଯାତ୍ରା କରିବ ।