ସାକ୍ଷୀଗୋପାଳ,ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ସମ୍ମାନ ବିଭାଗ ଆନୁକୂଲ୍ୟରେ ଗତକାଲି ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ସ୍ଵାଗତ ଉତ୍ସବ ତଥା ପଦାର୍ଥ ବିଜ୍ଞାନର ବ୍ୟବହାରିକ କ୍ଷେତ୍ରରେ ଉପଯୋଗୀତା ଶୀର୍ଷକ ଏକ ସଂପାନ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ. ରତିକାନ୍ତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ସତ୍ୟ ଶିବ ସୁନ୍ଦର ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ। ଅନ୍ୟତମ ଅତିଥିଭାବେ ରସାୟନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶଙ୍କର ପ୍ରସାଦ ମିଶ୍ର, ସଂସ୍କୃତ ବିଭାଗର ମୁଖ୍ୟା ତଥା ଏକାଡେ଼ମିକ ବର୍ଷ ର ପ୍ରାଧ୍ୟାପିକା ସୁଜାତା ମହାପାତ୍ର, ପଦାର୍ଥ ବିଜ୍ଞାନର ଅଧ୍ୟାପକ ପ୍ରଦୂଷ ରଥ ତଥା ଅନୁଷ୍ଠାନର ବଡ଼ବାବୁ ରାଜକିଶୋର ପତି ପ୍ରମୁଖ ମଂଚାସୀନ ଥିଲେ।
ସଂପାନରେ ୩ ତୃତୀୟ ବର୍ଷ ପଦାର୍ଥ ବିଜ୍ଞାନ ସମ୍ମାନ ବିଭାଗର ଛାତ୍ର ଓମ ପ୍ରକାଶ ମିଶ୍ର, ଅମର୍ତ୍ୟ ମିଶ୍ର, ଆୟୁଷ ମହାପାତ୍ର, ବିଶ୍ଵ ବିଜୟୀ ସଂଗ୍ରାମ କେଶରୀ ବିଶ୍ଵାଳ, ପ୍ରତାପ କୁମାର ସାହୁ, ଅବିନାଶ ପ୍ରହରାଜ, ଦିପ୍ତୀରଂଜନ ପରିଡ଼ା, ପୁଷ୍ପାଞ୍ଜଳି ମାର୍ଥା ପ୍ରମୁଖ ପ୍ରକଳ୍ପ ପାଠ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟିକୁ ଶ୍ରୀ ଓମ ପ୍ରକାଶ ମିଶ୍ର ପରିଚାଳନା କରିଥିଲେ।
ପଦାର୍ଥ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ଏଭଳି ଉଦ୍ୟମକୁ ଅତିଥି ତଥା ଅଧ୍ୟାପକ-ଅଧ୍ୟାପିକା ଭୂୟସୀ ପ୍ରଶଂସା କରିଥିଲେ ।