-
୭୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ
-
କୋଲକାତାରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବେ
ନୂଆଦିଲ୍ଲୀ . ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପଶ୍ଚିମବଙ୍ଗ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ୧୧.୧୫ରେ ହାଓଡ଼ା ରେଳଷ୍ଟେସନରେ ପହଂଚିବେ, ଯେଉଁଠାରେ ସେ ହାଓଡ଼ାକୁ ନ୍ୟୁ ଜଳପାଇଗୁଡ଼ି ସହ ଯୋଡ଼ୁଥିବା ବନେ୍ଦ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ କୋଲକାତାରେ ମେଟ୍ରୋର ଜୋକା-ତାରାତଲା ପର୍ପଲ ଲାଇନର ଭିତିପ୍ରସ୍ତର ରଖିବେ ଏବଂ ବିଭିନ୍ନ ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ଆଇଏନଏସ ନେତାଜୀ ସୁଭାଷରେ ପହଞ୍ଚି ନେତାଜୀ ସୁଭାଷଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ସେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ – ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ୱାଟର ଆଣ୍ଡ ସାନିଟେସନର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନ ଅଧୀନରେ ପଶ୍ଚିମବଙ୍ଗ ନିମନ୍ତେ ଅନେକ ସ୍ୱେରେଜ ଭିତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଏହାସହ ସେ ଅପରାହ୍ନ ପ୍ରାୟ ୧୨.୨୫ରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବେ ।
ଦେଶରେ ସହକାରୀ ସଂଘବାଦକୁ ସମୃଦ୍ଧ କରିବା ପାଇଁ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ କୋଲକାତାରେ ୨୦୨୨ ଡିସେମ୍ବର ୩୦ରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକରେ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀ, ପରିଷଦର ସଦସ୍ୟ କେନ୍ଦ୍ର ମନ୍ତ୍ରୀଗଣ ତଥା ଉତରାଖଣ୍ଡ, ଉତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ ।
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନରେ ବିକଶିତ ୭ଟି ସ୍ୱେରେଜ ଭିତିଭୂମି ପ୍ରକଳ୍ପ (୨୦ ସ୍ୱେରେଜ ଟ୍ରିଟମେଂଟ ପ୍ଲାଂଟ ଏବଂ ୬୧୨ କିଲୋମିଟରର ସ୍ୱେରେଜ ନେଟୱର୍କ)ର ଉଦଘାଟନ କରିବେ । ଏଗୁଡ଼ିକରେ ୯୯୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ନବାଦ୍ୱୀପ, କଛାରପାଡ଼ା, ହଲିସର, ବଜ-ବଜ, ବ୍ୟାରାକପୁର, ଚନ୍ଦନ ନଗର, ବାଂସବେରିୟା, ଉତରାପାଡ଼ା କାଟରୁଙ୍ଗ, ବୈଦ୍ୟାବତୀ, ଭଦ୍ରେଶ୍ୱର, ନୈହାଟୀ, ଗାରୁଲିୟା, ତୀତାଗଡ଼ ଏବଂ ପାନିହାଟିର ନଗର ନିଗମଗୁଡ଼ିକୁ ଲାଭ ମିଳିବ । ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗରେ ୨୦୦ ଏମଏଲଡିର ସ୍ୱେରେଜ ଟ୍ରିଟମେଂଟ କ୍ଷମତାକୁ ବଢ଼ାଇବ ।
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନରେ ବିକଶିତ ହେବାକୁ ଥିବା ୫ ସ୍ୱେରେଜ ଭିତିଭୂମି ପ୍ରକଳ୍ପ (୮ ସ୍ୱେରେଜ ଟ୍ରିଟମେଂଟ ପ୍ଲାଂଟ ଏବଂ ୮୦ କିଲୋମିଟର ସ୍ୱେରେଜ ନେଟୱର୍କ)ର ଭିତିପ୍ରସ୍ତର ରଖିବେ । ଏଗୁଡ଼ିକରେ ୧୫୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପଶ୍ଚିମବଙ୍ଗରେ ୧୯୦ ଏମଏଲଡିର ନୂଆ ସ୍ୱେରେଜ ଟ୍ରିଟମେଂଟ କ୍ଷମତା ସାମିଲ ହେବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଉତର ବ୍ୟାରାକପୁର, ହୁଗଳି-ଚିନସୁରା, କୋଲକାତା କେଏମସି କ୍ଷେତ୍ର – ଗାର୍ଡେନ ରିଚ ଏବଂ ଆଦି ଗଙ୍ଗା (ଟୋଲି ନାଲା) ଏବଂ ମହେଶତାଲା ଟାଉନକୁ ଲାଭ ମିଳିବ ।
ପ୍ରଧାନମନ୍ତ୍ରୀ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ – ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ୱାଟର ଆଣ୍ଡ ସାନିଟେସନର ଉଦଘାଟନ କରିବେ, ଯାହାକୁ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ଜୋକା, ଡାଏମଣ୍ଡ ହାର୍ବର ରୋଡ, କୋଲକାତାରେ ବିକଶିତ କରାଯାଇଛି ।
ପ୍ରଧାନମନ୍ତ୍ରୀ ହାଓଡ଼ା ରେଳଷ୍ଟେସନରେ ହାଓଡ଼ାକୁ ନ୍ୟୁ ଜଳପାଇଗୁଡ଼ି ସହ ଯୋଡ଼ିବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଜୋକା-ଏସପ୍ଲାନେଡ ମେଟ୍ରୋ ପ୍ରକଳ୍ପ (ପର୍ପଲ ଲାଇନ)ର ଜୋକା-ତାରାତଲା ଲାଇନର ଉଦଘାଟନ କରିବେ । ଏହି ଲାଇନରେ ୬ଟି ଷ୍ଟେସନ ରହିଛି ଯଥା ଜୋକା, ଠାକୁରପୁକୁର, ସଖର ବଜାର, ବେହଲା ଚୌରସ୍ତା, ବେହଲା ବଜାର ଏବଂ ତାରାତଲା । ଏହାର ନିର୍ମାଣରେ ପାଖାପାଖି ୨୪୭୫ କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇଛି । କୋଲକାତା ସହରର ଦକ୍ଷିଣ ଅଞ୍ଚଳ ଯଥା ସରସୁନା, ଡାକଘର, ମୁଚିପାଡ଼ା ଏବଂ ଦକ୍ଷିଣ ୨୪ ପ୍ରଗଣାର ଯାତ୍ରୀମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକ ଉଦଘାଟନ ହେବା ଦ୍ୱାରା ବହୁତ ଫାଇଦା ମିଳିବ ।
ନିଜ କାର୍ଯ୍ୟକ୍ରମ ବେଳେ, ପ୍ରଧାନମନ୍ତ୍ରୀ ୪ଟି ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିରେ ୪୦୫ କୋଟି ଟଙ୍କା ବ୍ୟୟରେ ବିକଶିତ ବୋଇଁଚି-ଶକ୍ତିଗଡ଼ ତୃତୀୟଲାଇନ; ୫୬୫ କୋଟି ଟଙ୍କା ବ୍ୟୟରେ ବିକଶିତ ଡାନକୁନି-ଚନ୍ଦନପୁର ଚତୁର୍ଥ ଲାଇନ ପ୍ରକଳ୍ପ; ୨୫୪ କୋଟି ଟଙ୍କା ବ୍ୟୟରେ ବିକଶିତ ନିମତିତା-ନ୍ୟୁ ଫରକ୍କା ଡବଲ ଲାଇନ; ୧୦୮୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ଅମବାରି ଫରକ୍କା-ନ୍ୟୁ ମାୟାନଗରୀ-ଗୁମାନିହାଟ ଦୋହରିକରଣ ପ୍ରକଳ୍ପ ସାମିଲ ରହିଛି । ପ୍ରଧାନମନ୍ତ୍ରୀ ୩୩୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ହେବାକୁ ଥିବା ନ୍ୟୁ ଜଳପାଇଗୁଡ଼ି ରେଳଷ୍ଟେସନର ପୁନର୍ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।