
ରାଉରକେଲା,ରାଉରକେଲା ର ଜେପି ହସପିଟାଲ, ଜିଏ କି କୋଭିଡ ସମୟରେ କୋଭିଡ ରୋଗୀ ପିଛା ୫ଲକ୍ଷରୁ ଅଧିକ ବିଲ ଦେଖାଇ ଖଣିଜ ପାଠିଂରୁ ୧୦୦ କୋଟୀରୁ ଅଧିକ ଟଙ୍କା ନେଇଥିବା ନେଇ ରାଉରକେଲା ଜିଲ୍ଲା କଂଗ୍ରେସ ଅଭିଯୋଗ କରିବା ସହ ଭିଜିଲାନ୍ସ ତଦନ୍ତ ଲାଗି ଦାବି କରିଥିଲା, ଏହି ତଦନ୍ତ ଦାବିକୁ ୩ ମାସ ବତିିଯାଇଥିବା ବେଳେ ୨୦୨୨ ସରିବାକୁ ବସିଛି ,ତେବେ ଭିଜିଲାନ୍ସ ତଦନ୍ତ ଗତି କୁଆଡେ ଗଲା,କେବେ ତଦନ୍ତ ରିପୋର୍ଟ ଆସିବ, ଜେପି ହସପିଟାଲ ନେଇଥିବା ଅର୍ଥ କେଉଁ ବାଟରେ ଖର୍ଚ୍ଚ ହେଲା ସେନେଇ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ଓଡିଶା ବିଧାନସଭା ଚାଲିଥିବା ବେଳେ ମାନ୍ୟବର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପଚାରିଥିବା ଏକ ପ୍ରଶ୍ନର ଉତର ରଖି ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତର ରୁ ଜଣା ପଡିଥିଲା ଯେ କୋଭିଡ ସମୟରେ କେତେ ରୋଗୀ ଚିକିତ୍ସା ହେଲେ କେଉଁ ଡାକ୍ତରଖାନା ରୋଗୀ ପିଛା କେତେ ଟଙ୍କା ନେଲେ । ତେବେ ଏନେଇ ରାଉରକେଲା ଜିଲ୍ଲା କଂଗ୍ରେସ ଗତ ୩ମାସ ତଳେ ଏକ ସାମ୍ବାଦିକ ସମ୍ମିଳନୀ କରି କୋଭିଡ ସମୟରେ ରୋଗୀ ମାନଙ୍କୁ ଚିକିତ୍ସା ବାବଦରେ ରାଉରକେଲାର ଜୟପ୍ରକାଶ ହସପିଟାଲ ବହୁ ଅର୍ଥ ନେଇଛି ଓ ଏହା ପଛରେ ସଂପୃକ୍ତ ଡାକ୍ତରଖାନା କୁ କିଛି ଲୋକ ଙ୍କର ଅହେତୁକ ଅନୁକଂପା ମଧ୍ୟ ରହିଛି । ଏହାକୁ ଭିତି କରି ଦଳ ପକ୍ଷରୁ ରାଉରକେଲା ଭିଜିଲାନ୍ସ ପାଖରେ ଅଭିଯୋଗ କରାଜିବା ସହ ଏହାର ତଦନ୍ତ ଲାଗି ଦାବି କରାଯାଇଥିଲା, ତେବେ ଅଭିଯୋଗ ଅନୁଶାରେ ସେ ସମୟରେ ଚିକିତ୍ସା ଲାଗି କୋଭିଡ ରୋଗୀ ପିଛା ରାଜ୍ୟର ଅନ୍ୟ ମେଡିକାଲ କଲେଜ ଓ ଡାକ୍ତରଖାନା ମାନେ ୧ଲକ୍ଷରୁ ୧ଲକ୍ଷରୁ ୧ଲକ୍ଷ୨୪ ହଜାର ୬୬୨ ଟଙ୍କା ନେଇଥିବା ବେଳେ, ରାଉରକେଲା ଜେପି ହସପିଟା କୋଭିଡ ରୋଗୀ ପିଛା ଚିକିତ୍ସା ଲାଗି ୫ଲକ୍ଷ ୧୮ ହଜାର ୯୬୯ ଟଙ୍କା ନେଇଥିଲା । ଏହି ବାବଦରେ ମୋଟ ୧୦୦କୋଟି ରୁ ଅଧିକ ଟଙ୍କା ଜେପି ଡାକ୍ତରଖାନାକୁ ଜିଲ୍ଲା ଖଣିଜ ପାଠିଂରୁ ପ୍ରଦାନ କରାଯାଇଥିଲା । ତେବେ ଏନେଇ କଥା ବିଧାନ ସଭାରୁ ଜିଲ୍ଲା ଯାଏ ପହଁଚି ତଦନ୍ତ ଦାବି ହେବାପରେ ଭିଜିଲାନ୍ସ ଏହାର ତଦନ୍ତ କରୁଛି ,୨/୩ ଥର ଡିଏମଏଫ ରୁ କାଗଜ ପତ୍ର ମଗାଯାଇଛି ଓ ଏହାର ତଦନ୍ତ ଭାର ରାଉରକେଲା ର ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର କୁମାର ନାୟକଙ୍କୁ ଦିଆଯାଇଥିବା ଖବର ମିଳିଛି । ତେବେ ତଦନ୍ତ ର ଗତି କୁଆଡେ ,କେବେ ସରିବ ସେନେଇ କୌଣସି ସୁଚନା ଭିଜିଲାନ୍ସ ପାଖରୁ ମିଳିନଥିଲେ ବି ଖୁବ ଶିଘ୍ର ଏହାର ତଦନ୍ତ ସରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ଏହି ମାମଲାକୁ ଯଦି ଦେଖାଯାଏ ତେବେ ଜେପି ହସପିଟାଲ ଏକ ସାଧାରଣ ଡାକ୍ତରଖାନା,ଏହା ମେଡିକାଲ କଲେଜ ମଧ୍ୟ ନୁହେଁ, କିନ୍ତୁ ମେଡିକାଲ କଲେଜ ତଥା ଅଭିଗ୍ୟଂ ଡାକ୍ତର ମାନଙ୍କୁ ନେଇ ଚାଲିଥିବା ସଂସ୍ଥା ଯଦି ମାତ୍ର ୧ଲକ୍ଷ ଭିତରେ ଜଣେ କୋଭିଡ ରୋଗୀକୁ ଭଲ କଲା ସେହିଯାଗାରେ ଜେପି ଏମିତି କଣ ଚିକିତ୍ସା କଲାଯେ ତାକୁ ୫ଲକ୍ଷରୁ ଅଧିକ ଅର୍ଥ ରୋଗୀ ପିଛା ଦିଆ ଗଲା ବୋଲି ପ୍ରଶ୍ନ ହେଉଛି । ଅନ୍ୟ ପକ୍ଷରେ ରାଉରଲକେଲାର ସମସ୍ତ ଡାକ୍ତରନାରେ ହୋଇଥିବା ମୃତ୍ୟୁ ହାର ଓ ଏହି ଡାକ୍ତରଖାନାର ମୃତ୍ୟ ହାରକୁ ନେଇ ମଧ୍ୟ ଜାଣିବା ଶୁଣିବା ମହଲରେ ଚର୍ଚ୍ଚା ରହିଛି ।ତେବେ ଏହି ଡାକ୍ତରଖାନା ବିଭିନ୍ନ ସମୟରେ ବହୁ ବିବାଦୀୟ ମାମଲାରେ ଆଲୋଚନା ଭିତରେଥିବା ବେଳେ ଗଣମଧ୍ୟମ ପ୍ରତିନିଧୀ ମାନଙ୍କୁ ଅର୍ଥ ବଳରେ କିଣିବାଲାଗି ଏହି ଡାକ୍ତରଖାନାର ଜଣେ ବିଶିଷ୍ଟ ଲୋକଙ୍କ ପାଖଲୋକ ପରିଚୟଦେଇ ବୁଲୁଥିବା ଲୋକ ବିଷୟ କଥା ହାଟରେ ପଡି ଦାଣ୍ଡରେ ଗଡିଥିବା ଦେଖାଯାଇଥିଲା । ଏଭଳି ସ୍ଥିତିରେ ପୁଣି କୋଭିଡ ତାର ରୁପ ଦେଖାଇଲାଣି, ଆଗକୁ କଣ କରାଜିବ,ଡାକ୍ତରଖାନା ମାନେ ପ୍ରସ୍ତୁତ ହେଲେଣି ,ତେବେ ଦରକାର ପଡିଲେ ରୋଗୀମାନେ ଘରୋଇ ଡାକ୍ତରଖାନାକୁ ଜିବେ ,ସେତେବେଳେ କେଉଁ ଡାକ୍ତରଖାନା ରୋଗୀ ପିଛା କେତେ ନେବେ ଓ ଜେପି ଡାକ୍ତରଖାନା ଏଥର ରୋଗୀ ପିଛା କେତେ ନେବ ସେ ନେଇ ସରକାର ତାର ବ୍ୟବସ୍ତା କରିବେ ନାଁ ମନଇଛା ଜେପି କୁ ପୁଣି ୧୦୦କୋଟି ଦେବା ଭଳି ସ୍ଥିତି ଆସିବ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।