ଭଦ୍ରକ – ରାଜ୍ୟର ଅନ୍ୟତମ ସର୍ବପୁରାତନ ତଥା ଦ୍ୱିତୀୟ ବୃହତମ ମହାବିଦ୍ୟାଳୟ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏବେ ଶିକ୍ଷାଦାନ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଯୁକ୍ତ ୨ ଶ୍ରେଣୀ ଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ଏହି ମହାବିଦ୍ୟାଳୟରେ ଏବେ ୭ ହଜାର ୫ ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ରାଜ୍ୟର ଅନ୍ୟତମ ପ୍ରତିÂିତ ମହାବିଦ୍ୟାଳୟ ଭାବେ କଲେଜର ବେଶ୍ ସୁନାମ ରହିଛି । ଜିଲା ତଥା ଜିଲା ବାହାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଶିକ୍ଷାର୍ଥୀ ସେମାନଙ୍କ ଭବିଷ୍ୟତ ଗଠନ କରିବାକୁ ଏହି ମହାବିଦ୍ୟାଳୟକୁ ଛୁଟି ଆସୁଛନ୍ତି, ହେଲେ ଢୋଲ ଭିତରେ ମୂଷା ଭଳି ଏଠାରେ ନାମ ଲେଖାଇ ଏବେ ପସ୍ତାଉଛନ୍ତି । ଏଡେ ବଡ କଲେଜରେ ଅଧ୍ୟୟନରତ ସାଢେ ସାତହଜାର ପିଲାଙ୍କୁ ପାଠ ପଢାଇବାକୁ ଅଛନ୍ତି ମାତ୍ର ୬୦ ଜଣ ସ୍ଥାୟୀ ଅଧ୍ୟାପକ । ଯୁକ୍ତ ୨ ଶ୍ରେଣୀ ସକାଶେ ମାହତ୍ର ୧୯ ଜଣ ସ୍ଥାୟୀ ଅଧ୍ୟାପକ ରହିଥିବାବେଳେ ଯୁକ୍ତ ୩ ଶ୍ରେଣୀରେ ଅଛନ୍ତି ମାତ୍ର ୪୧ ଜଣ । ତେବେ ଉପôର୍ଣ୍ଣ ପରିସ୍ଥିତିକୁ ମୁକାବିଲା କରିବାକୁ ସରକାର ଏହି ମହାବିଦ୍ୟାଳୟରେ ୯୦ ଜଣ ଚୁକ୍ତିଭିତିକ ଠିକା ଅଧ୍ୟାପକ (ଗେଷ୍ଟ ଫାକଲ୍ଟି) ରଖିଛନ୍ତି । ମହାବିଦ୍ୟାଳୟ ଗେଷ୍ଟ ଫାକଲ୍ଟି ଏବଂ ସ୍ଥାୟୀ ଅଧ୍ୟାପକଙ୍କୁ ମିଶାଇ ଏବେ ଦେଢଶହ ଜଣ ଅଧ୍ୟାପକ ଅଧ୍ୟାପନା ଦାୟିତ୍ୱରେ ରହିଛନ୍ତି । ହେଲେ ଛାତ୍ର/ଛାତ୍ରୀ ଏବଂ ପାଠକ୍ରମକୁ ନେଇ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ସଂଖ୍ୟା ପର୍ଯ୍ୟାପ୍ତ ହୋଇନାହିଁ । ଗେଷ୍ଟଫାକ୍ଲଟିରେ ରଖାଯାଇଥିବା ଅଧ୍ୟାପମାନଙ୍କୁ ଗତ ପ୍ରାୟ ଏକବର୍ଷ ହେଲାହ ସେମାନଙ୍କ ପାରିଶ୍ରମିକ ମିଳୁନଥିବାବେଳେ ପାରିଶ୍ରମିକ ନପାଇ ଅନେକ ଅଧ୍ୟାପକ ନିୟମିତ ଶିକ୍ଷାଦାନରୁ ଦୂରେଇ ରହୁଥିବା ବେଳେ ଆଉ କେତେକ ଚାକିରୀ ଛାଡି ଚାଲି ଯାଉଥିବା ଅଭିଯୋଗ ହୋଇଛି । କଲେଜ ଶିକ୍ଷାଦାନରେ ଏହି ଅବ୍ୟବସ୍ଥା ଯୋଗୁଁ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ କଲେଜରେ ନାମ ଲେଖାଇ ଘରୋଇ କୋଚିଂ ସେଂଟର ମୁହାଁ ହେବାକୁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି । ତେବେ ଥିଲାବାଲା ଘରର ପିଲାମାନେ ବିପୁଳ ଅର୍ଥ ଦେଇ ଘରୋଇ କୋଚିଂ ସେଂଟରରେ ପାଠ ପଢିବାକୁ ସମର୍ଥ ହେଉଥିବା ବେଳେ ଗରିବ ମେଧାବୀ ଛାତ୍ର/ଛାତ୍ରୀ ଏହି କଲେଜରେ ନାମ ଲେଖାଇ ସେମାନଙ୍କ ଭବିଷ୍ୟତକୁ ଜଳାଞ୍ଜଳି ଦେବାକୁ ବାଧ୍ୟ ହୋଇଛନ୍ତି । ଏଥିନେଇ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ ବିଶ୍ୱାଳଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ କହିଛନ୍ତି କଲେଜର ଏହି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସଂପର୍କରେ ସେ ବାରମ୍ବାର ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି । ହେଲେ ଅବସ୍ଥା ପ୍ରତି କେହି ଧ୍ୟାନ ଦେଉନାହାଁନ୍ତି । ଅଣ୍ଡର ଗ୍ରାଜୁଏଟ କଲେଜ ଥିବା ବେଳେ ଏଠାରେ ୧୯୪ ଜଣ ଅଧ୍ୟାପକ ଅଧ୍ୟାପନା ଦାୟିତ୍ୱରେ ରହିଥିଲେ । ଏବେ ଏଠାରେ ଗ୍ରାଜୁଏସନ୍ ଶ୍ରେଣୀ ଖୋଲାଯିବା ସହିତ ୨୨ଟି ବିଭାଗରେ ପିଜି ଶ୍ରେଣୀ ଖୋଲିଛି । ମାତ୍ର ୩/୪ ହଜାର ଛାତ୍ରଛାତ୍ରୀ ପାଠ ପଢୁଥିବା ଏହି କଲେଜରେ ଏବେ ଛାତ୍ରଛାତ୍ରୀ ସଂଖ୍ୟା ସାଢେ ସାତ ହଜାରରେ ପହଂଚିଛି । ହେଲେ କଲେଜରେ ଅଧ୍ୟାପକଙ୍କ ସଂଖ୍ୟା ବୃଦ୍ଧି କରାଯିବା ବଦଳରେ ଏହାର ସଂଖ୍ୟାକୁ ସଂକୁଚିତ କରିଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଯାହାକି କେବଳ ଭଦ୍ରକ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ନୁହଁନ୍ତି, ଜିଲାବାସୀଙ୍କ ପାଇଁ ଚରମ ପ୍ରତାରଣା ବୋଲି କୁହାଯାଉଛି । ଜିଲାର ନେତା ଏବଂ ବୁଦ୍ଧିଜୀବୀ ଏହି କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ସରକାରଙ୍କ ପାଖରେ ଦାବି କରୁଛନ୍ତି, ହେଲେ ମହାବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ଯେ ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି ତାକୁ ଚିନ୍ତା କରିବାକୁ କାହାରି ଆନ୍ତରିକତା ରହିଥିବା ଭଳି ମନେ ହେଉନାହିଁ । ଫଳରେ ସମୟ ସ୍ରୋତରେ ଧୀରେ ଧୀରେ ଗରିମା ହରାଇ ବସୁଛି ରାଜ୍ୟର ଏହି ପ୍ରତିଭା ସଂପୂର୍ଣ୍ଣ ମହାବିଦ୍ୟାଳୟ ।
Related Stories
January 8, 2025