
ମାଲକାନଗିରି, ଅବିଭକ୍ତ କୋରାପୁଟ ଜିଲ୍ଳାରୁ ପ୍ରତିଦାନ ବିଭିନ୍ନ ପାର୍ସଲ ଗାଡି କଣ୍ଟେନର ରେ ୩ ୨ ୬ ଜାତୀୟ ରାଜପଥ ଦେଇ ହାଇଦ୍ରାବାଦ କୁ ଗୋରୁ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା!ହେଲେ ଏହି ଅଭିଯୋଗର ସତ୍ୟତା ଆଜି ଦେଖିବାକୁ ମିଳିଛି!ଆଜି ସକାଳ ୮ ଟା ୩ 0ମିନିଟ ସମୟରେ ଗୋରୁ ବୋଝେଇ କଣ୍ଟେନରମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଦେଇ ହାଇଦ୍ରାବାଦ କୁ ଯାଉଥିବାବେଳେ ସୀମାନ୍ତ ଯାଞ୍ଚ ଫାଟକ ଠାରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ଯାଞ୍ଚ ସମୟରେ ଧରାପଡ଼ିଥିବା ଜଣାପଡିଛି । ଗାଡ଼ିରେ ଥିବା ପ୍ରାୟ ୧ 00 ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ସ୍ଥାନୀୟ ଗ୍ରାମର କିଛି ଲୋକ ଉଧାର କରି ଥିବାବେଳେ ଉକ୍ତ ଦୁଇ ଗାଡିର ଡ୍ରାଇଭର ଫେରାର ହୋଇ ଯାଇଛନ୍ତି । ଗତକିଛିଦିନ ତଳେ ମାଲକାନଗିରି ସୀମାନ୍ତ ବୈପାରୀଗୁଡା -ଗୋବିନ୍ଦପାଲ୍ଲୀ ଘାଟି ଉପରେ ଏକ କଣ୍ଟେନର ରେ ଗାଈ ବୋଝେଇ କରି ଯାଉଥିବା ସମୟରେ ଜାତୀୟ ରାଜପଥର ପାର୍ଶ୍ଵରେ ଏକ ବିଦ୍ୟୁତ ଖୁଣ୍ଡକୁ ଧକ୍କା ଦେଇଥୁଲା । ଯାହାଫଳରେ କଣ୍ଟେନର ଭିତରେ ରଖାଯାଇଥିବା ଗୋରୁଙ୍କ ମଧ୍ୟରୁ ୫୦ଟି ମୃତାହତ ହୋଇଛନ୍ତି । ୩୬ଟି ଗୋରୁଙ୍କୁ ମୃତ ଅବସ୍ଥାରେ କଣ୍ଟେନର ଭିତରୁ ବାହାରକୁ ବାହାର କରାଯାଇଥିବା ବେଳେ ୧୬ଟି ଆହତ ଅବସ୍ଥାରେ ରହିଥିଲେ । ଆଜିର ଏହି ଦୁଇ କଣ୍ଟେନରରେ ଗାଈଗୋରୁ ରହିଥିବାରୁ ଏହା ପଛରେ ଏକ ବଡ଼ ଧରଣର ରାକେଟ କାର୍ଯ୍ୟ କରୁଥିବା ସନ୍ଦେହ ସୃଷ୍ଟି ହୋଇଛି । ନିୟମିତ ଭାବେ ଏହିଭଳି ବହୁ କଣ୍ଟେନର ରେ ପ୍ରତିଦିନ ବେଆଇନ ଭାବେ ବିଭିନ୍ନ ରାଜ୍ୟକୁ ଗୋରୁ ଚାଲାଣ ହେଉଛି!ମୋଟୁ ସୀମାନ୍ତ ରେ ପୋଲିସ ପକ୍ଷରୁ ସବୁ ଗାଡି ଗୁଡିକୁ କଡାକଡି ଭାବେ ତନଖି କରାଯାଇ ଛାଡିବା ପାଇଁ ଦାବୀ କରିଛନ୍ତି ମୋଟୁ ଅଞ୍ଚଳବାସୀ!