
ମାଲକାନଗିରି, ମାଲକାନଗିରି ଉପକାରାଗାର ରେ ବିଚାରଧିନ ଥିବା କଏଦୀ ଙ୍କ ଉପରେ ମରଣାତ୍ମକ ଆକ୍ରମଣ । ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲେ ଭର୍ତ୍ତି । ସୂଚନା ମୁତବାକ ବହୁ ଚର୍ଚ୍ଚିତ ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ କତାମେଟା ଗ୍ରାମର ପ୍ରଶାନ୍ତ କୁଣ୍ଡୁ ନାମକ ଜଣେ ଯୁବକ ତାଙ୍କ ନିଜ ସ୍ତ୍ରୀ ରଞ୍ଜିତା କୁଣ୍ଡୁ ଙ୍କ ଚିକିତ୍ସା ବାହାନାରେ କିଡନୀ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା ଏହା ପରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପ୍ରଶାନ୍ତ କୁଣ୍ଡୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେବେ ଗତକାଲି ପ୍ରଶାନ୍ତ ମାଲକାନଗିରି ଜିଲ୍ଲା ଉପକାରାଗାର ରୁ ନ୍ୟାୟିକ ବିଚାର ପାଇଁ କୋର୍ଟକୁ ଯିବା ସମୟରେ ଗଞ୍ଜେଇ କେସରେ ଜେଲରେ ଥିବା କାଲିମେଳା ର ମୁନା ବରାଳ ଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା ଏହା ପରେ ମୁନା ବରାଳ ତାଙ୍କୁ ଆକ୍ରମଣ କରିଥିବା ନେଇ ସେ ଅଭିଯୋଗ କରିବା ପରେ ଜେଲ କର୍ତ୍ତୃପକ୍ଷ ପ୍ରଶାନ୍ତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ବର୍ତ୍ତମାନ ପ୍ରଶାନ୍ତ ସୁସ୍ଥ ଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏଇଠି ଜେଲ ରେ ସୁରକ୍ଷା କୁ ନେଇ ସାଧାରଣରେ ପ୍ରଶ୍ନ ଜୋର ଧରିଛି କାରଣ ବହୁ ଚର୍ଚ୍ଚିତ ପଶ୍ଚିମ ଓଡିଶାର ମମିତା ମେହେର ମୃତ୍ୟୁ ଘଟଣା ରେ ସାମିଲ ଥିବା ଅଭିଯୁକ୍ତ ଗୋବିନ୍ଦ ମେହେର ଙ୍କ ଜେଲ ଭିତରେ ଆତ୍ମହତ୍ୟା ଘଟଣା ଲୋକଙ୍କ ନଜର ରୁ ଯାଇ ନଥିବା ବେଳେ ଏବେ ପୁଣି ମାଲକାନଗିରି ରେ ଜଣେ ବିଚରାଧିନ କଏଦୀ ଙ୍କ ଉପରେ ଆକ୍ରମଣ କୁ ନେଇ ଜେଲ ଭିତରେ ଥିବା କଏଦୀ ଙ୍କ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନ ଜୋର ଧରିଛି ।