
ମାଲକାନଗିରି, ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ୍ ମେମୋରିଆଲ ଡିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ସାତ ଦିନିଆ ଏନ୍ ଏସ୍ ଏସ୍ ର ଶୀତ କାଳୀନ ଶିବିର ଆଜି ଉଦଯାପିତ ହୋଇଯାଇଛି।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କୁଡୁମୁଲୁଗୁମ୍ମା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ଟର ସନ୍ତୋଷ କୁମାର ଷଡଙ୍ଗୀ ଏବଂ ସମାଜସେବୀ ଭଗବାନ ସାହୁ , ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସଞ୍ଜୟ କୁମାର ପୁଷ୍ଟି,ମହା ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ,ଯୋଗ ଦେଇଥିଲେ। ଶିବିରରେ ଓଡ଼ିଆ ଅଧ୍ୟାପିକା ତଥା ଜାତୀୟ ସେବା ଯୋଜନା ପୋଗ୍ରାମ ଅଫିସର୍ ସଞ୍ଜିତା ଖୋସଲା ଅତିଥି ମାନଙ୍କୁ ସ୍ଵାଗତ କରି ପରିଚୟ ପ୍ରଦାନ କରିଥିଲେ। ଜଗଦୀଶ ଦୂର୍ଲିଆ ଏହି ସାତଦିନ ଶିବିରର ଅନୁଭୂତି ତଥା କାର୍ଯ୍ୟକ୍ରମର ବିବରଣୀକୁ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ୫୦ଜଣ ଛାତ୍ର ଛାତ୍ରୀ ମାନଙ୍କୁ ସେବାର ଅର୍ଥ ଓ ସେବା କେତେପ୍ରକାରର ସେ ବିଷୟରେ ଅବଗତ କରାଇବା ସଙ୍ଗେ ସଙ୍ଗେ ଚତୁର୍ଥ ଲହରୀ କୋଭିଡ ପାଇଁ ସତର୍କ ଅବଲମ୍ବନ କରିବାକୁ କହିଥିଲେ।ସମାଜସେବୀ ଶ୍ରୀ ସାହୁ ସମାଜପ୍ରତି ଛାତ୍ର ଛାତ୍ରୀ ମାନଙ୍କ କଣ କର୍ତ୍ତବ୍ୟ ରହିଛି ଓ ତାଙ୍କର ଭୂମିକା ବିଷୟରେ କହି ସମସ୍ତଙ୍କୁ ଉସାହିତ କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଅସୋକ କୁମାର ପ୍ରଧାନ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେଯେ ଜୀବନରେ ଲକ୍ଷ୍ୟ ରଖି ସଫଳତା ହାସଲ କରିବେ ଏବଂ ନିଶ୍ୱର୍ଥପର ଭାବେ ସେବା ମାନବୃତି ରଖି କାମ କରିବା ପାଇଁ ପରାମର୍ଶ ଦେଇଥିଲେ। ଶିବିରରେ ଅଂଶ ଗ୍ରହଣ କରିଥିବା ୫୦ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଅଂଶ ଗ୍ରହଣ ପ୍ରମାଣପତ୍ର ଅତିଥି ମାନେ ପ୍ରଦାନ କରିଥିଲେ।ଶେଷରେ ଜାତୀୟ ସେବା ଯୋଜନାର ପୋଗ୍ରାମା ଅଫିସର୍ ସଞ୍ଜିତା ଖୋସଲା ଧନ୍ୟବାଦ ଅର୍ପଣ କରିଥିଲେ।