ମାଲକାନଗିରି, କେନ୍ଦ୍ର ସରକାରଙ୍କ ଅବହେଳା ଓ ଆଦିବାସୀ ମାରଣ ନୀତି ବିରୋଧରେ ଆଜି ମାଲକାନଗିରି ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି।ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ନେତୃତ୍ୱରେ ସ୍ଥାନୀୟ ନଗର ଭବନ ଠାରୁ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାନା ପ୍ରକାର ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଦୀର୍ଘ ୭୫ ବର୍ଷରୁ ଉର୍ଦ୍ଧ୍ଵ ସମୟ ହେବ ଓଡ଼ିଶାରେ ବସବାସ କରୁଥିବା ୧୬୦ରୁ ଉର୍ଦ୍ଧ୍ଵ ଜନଜାତି ସମ୍ପ୍ରଦାୟଙ୍କୁ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଆଦିବାସୀ ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି। ଅନ୍ୟ ପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଦିବାସୀଙ୍କ ଜୀବନ ଜୀବିକା ନିର୍ବାହର ବ୍ୟବସ୍ଥା, ସେମାନଙ୍କ ପାଇଁ ରାସ୍ତା ଘାଟ ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା, ଶିକ୍ଷା ଓ ସ୍ଵାସ୍ଥ୍ୟର ବ୍ୟବସ୍ଥା କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ପ୍ରାୟ ୫୪୮୮ ଟି ସ୍କୁଲ ନିର୍ମାଣ କରି ୫ ଲକ୍ଷ ୯୫ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆଦିବାସୀ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଭାବେ ଦୃଷ୍ଟି ଦେଇଛନ୍ତି । ସେହିପରି ଜଙ୍ଗଲ ଜମି ପଟ୍ଟା ଅଧିକାର ଆଇନ୨୦୦୬ ଅନୁସାରେ ୪ ଲକ୍ଷ ୫୪ହଜାର ୬୫ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି!ଆଦିବାସୀଙ୍କ ଉନ୍ନତି ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଚେଷ୍ଟା ଜାରି ରଖିଥିବା ବେଳେ କେନ୍ଦ୍ର ସରକାର ୧୬୦ ଜନଜାତି ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତାକୁ ଅନୁମୋଦନ ନ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଧାରଣା ସ୍ଥଳରେ ବିଜେଡି ନେତୃବର୍ଗ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତ।ଙ୍ଗୁଲ, ପୂର୍ବତନ ବିଧାୟକ ମାନସ ମାଡକମି, ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ, ବରିଷ୍ଠ ବିଜେଡି ନେତା ଗୋପାଳ କୃଷ୍ଣ ପଣ୍ଡା, ରାଜେନ୍ଦ୍ର ପଣ୍ଡା, ନୃସିଂହ ଚରଣ ମହାନ୍ତି, ଲମ୍ବୋଦର ତୁରୁକ୍, ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୌରୀ ପଡ଼ିଆମି ପ୍ରମୁଖ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ ।
Related Stories
November 22, 2024