ଭୁବନେଶ୍ୱର,ରାଜ୍ୟରେ ଏବେ ସୁଦ୍ଧା ଭୟଭୀତ ହେଲା ଭଳି ସ୍ଥିତି ହୋଇନାହିଁ । ଭାରତରେ କି ଓଡ଼ିଶାରେ ବିଶେଷ ସଂକ୍ରମଣ ବଢୁନାହିଁ । ପ୍ରମାଣଭିତ୍ତିକ କାମ କରବାକୁ ପଡ଼ିବ । ଅବସ୍ଥା ଦେଖି ବ୍ୟବସ୍ଥା କରିବା । ବର୍ତମାନ କଣ ସ୍ଥିତି ରହିଛି ସେନେଇ ଆମେ ସରକାରଙ୍କୁ ଅବଗତ କରିଛୁ । ନଭେମ୍ବର ୧୧ ପରଠାରୁ ଆମେ ପ୍ରତିଦିନ ୧୨ ତଳେ ଅଛୁ । ଅଲ ଇଣ୍ଡିଆ ଆଭରେଜଠାରୁ ଆମ ସ୍ଥିତି ଭଲ ଅଛି । ପରିସ୍ଥିତି ଦେଖି ନିଷ୍ପତି ନିଆଯିବ । ବର୍ତମାନ ଲୋକ ଆତଙ୍କିତ ହୁଅନ୍ତୁ ନାହିଁ । ଏହା ଓମିକ୍ରୋନର ସବ୍ ଭ୍ୟାରିଆଣ୍ଟ । ଥାର୍ଡ ୱେଭ ଓମିକ୍ରନ ପାଇଁ ହେଇଥିଲା । ହସ୍ପିଟାଲାଇଜେସନ୍ ମଧ୍ୟ କମ୍ ଥିଲା । କରୋନାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ ଗତକାଲି କୋଭିଡ ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା । ବର୍ତମାନ ରାଜ୍ୟରେ କୋଭିଡ ସ୍ଥିତି କଣ ଅଛି, ହକି ୱାର୍ଲଡ଼ କପ ଆଗକୁ ଅଛି, କଣ କରାଯାଇପାରିବ, ଏନେଇ ଆଲୋଚନା ହୋଇଥିଲା ।
ସେ କହିଛନ୍ତି ଯେ – ହେଲେ ରୋଗ କରିବାର କ୍ଷମତା କେତେ ରହିବ କିମ୍ବା ହସ୍ପିଟାଲାଇଜେସନ କେତେ ହେବ ତାହା ବର୍ତ୍ତମାନ ଯାଏ ଜଣାପଡିନି । ସତର୍କତା ଅବଲମ୍ବନ କରିବାର ଆ୍ୱଶ୍ୟକତା ରହିଛି । ଆମ ପାଖେ ଏବେ ଟିକା ନାହିଁ, କେନ୍ଦ୍ର ସରକାର ଭ୍ୟାକ୍ସିନ୍ ଦେଲେ ଆମେ ଲୋକଙ୍କୁ ଦେବୁ । ଭ୍ୟାକ୍ସିନ୍କୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରନ୍ତି । ମାସ୍କ ପାଇଁ ଲୋକଙ୍କୁ ଅନୁରୋଧ କରୁଛୁ ଭିଡ଼ ଜାଗାକୁ ଗଲେ ମାସ୍କ ପରିଧାନ କରନ୍ତୁ ଓ ଲକ୍ଷଣ ଦେଖା ଦେଲେ ଟେଷ୍ଟ କରନ୍ତୁ । ଆମ ରାଜ୍ୟରେ ଅନ୍ୟ ରାଜ୍ୟ ଅପେକ୍ଷା ପ୍ରଭାବ ମାସେ ଦେଢ଼ ମାସ ପରେ ପଡେ । ଆମ ହାତରେ ଏବେ ସମୟ ଅଛି ବୋଲି ସେ କହିଛନ୍ତି ।