ଭୁବନେଶ୍ୱର – ଭୁବନେଶ୍ୱର କଳିଙ୍ଗ ବୁଦ୍ଧବିହାର ସଭାକକ୍ଷରେ “ସମ୍ବିଧାନ ଦିବସ’ ପାଳନ ଅବସରରେ ଆଲୋଚନାଚକ୍ର “ପ୍ରବୁଦ୍ଧ ଭାରତ’ ଆଜି ସନ୍ଧ୍ୟାରେ ଅନୁÂିତ ହୋଇଯାଇଛି । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ପୃଥିବୀର ଅନ୍ୟତମ ଶ୍ରେÂ ଜ୍ଞାନୀ ଡଃ ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ସଭା ସ୍ୱାଧୀନ ଭାରତର ସମ୍ବିଧାନକୁ ଅନୁମୋଦନ କରିଥିଲେ । ଏହି ସମ୍ବିଧାନ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଠାରୁ କାର୍ଯ୍ୟକାରୀ କରାଯାଇଥିଲା । ୨୦୧୫ ମସିହା ବାବାସାହେବଙ୍କ ୧୨୫ତମ ଜୟନ୍ତୀ ଅବସରରେ ଭାରତ ସରକାର ସରକାରୀ ସ୍ତରରେ ଏହି ଦିବସଟିକୁ ପାଳନ କରିଆସୁଛନ୍ତି । ବହୁବିଧ ବିଭିନ୍ନତା ମଧ୍ୟରେ ବାବାସାହେବ ମୁଖ୍ୟତଃ ସମ୍ବିଧାନ ପ୍ରଣୟନ କରି ଭାରତର ସମ୍ବିଧାନକୁ ପୃଥିବୀର ଶ୍ରେÂ ସମ୍ବିଧାନ ଭାବେ ପ୍ରତିÂା କରିପାରିଥିଲେ । ସେ ମଧ୍ୟ ପୃଥିବୀର ଜଣେ ଶ୍ରେÂ ସମ୍ବିଧାନବିତ୍ ଭାବରେ ନିଜକୁ ପରିଚିତ କରାଇ ପାରିଥିଲେ । ଭାରତର ସମ୍ବିଧାନ ମୁଖ୍ୟତଃ ଭଗବାନ ବୁଦ୍ଧଙ୍କ ନୀତି ଓ ଆଦର୍ଶ ଉପରେ ଆଧାରିତ । ଧର୍ମନିରପେକ୍ଷତା, ଗଣତନ୍ତ୍ର, ସମାଜବାଦ ଆଧାରରେ ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବାର ଚିନ୍ତାଧାରା ପ୍ରାୟ ୨୭୦୦ ବର୍ଷ ପୂର୍ବେ ଭଗବାନ ବୁଦ୍ଧ ହିଁ ପ୍ରଚାର କରିଥିଲେ । ଅଶୋକସ୍ତମ୍ଭ, ଅଶୋକଚକ୍ର, ଜାତୀୟ ତି୍ରରଙ୍ଗା ପତାକାର ରଙ୍ଗ, ସର୍ବଜନ ହିତାୟ ଓ ସତ୍ୟମେବ ଜୟତେ ନୀତିବାଣୀ ସହିତ ସିଂହ, ହାତୀ, ବୃଷଭ ଆଦି ଚିହ୍ନ ବୌଦ୍ଧ ଧର୍ମରୁ ଆସିଅଛି । ଭଗବାନ ବୁଦ୍ଧଙ୍କୁ ପୃଥିବୀର ଆଲୋକ ଭାବେ ସମଗ୍ର ବିଶ୍ୱ ଗ୍ରହଣ କରିସାରିଛି । ଆଜିର ପରମାଣୁ ଅସ୍ତ୍ର ଯୁଗରେ ବୁଦ୍ଧଙ୍କ ବାଣୀ ହିଁ ବିଶ୍ୱକୁ ଧ୍ୱଂସମୁଖରୁ ରକ୍ଷା କରିବାର ଏକମାତ୍ର ପନ୍ଥା । ଧର୍ମାନ୍ଧ ସନ୍ତ୍ରାସବାଦ, ଅସହିଷ୍ଣୁତା, ଦଳିତ ଓ ନାରୀ ନିର୍ଯ୍ୟାତନା, ପୁଞ୍ଜିପତି ସନ୍ତ୍ରାସବାଦୀମାନଙ୍କ ଶୋଷଣରୁ ଗରିବ, ମଜଦୁର୍ମାନଙ୍କୁ ମୁକ୍ତ କରିବା ଓ ଦେଶର ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେଇ ଶାନ୍ତି ଓ ସୌହାର୍ଦ୍ଧ୍ୟର ପରିବେଶ ସୃଷ୍ଟି କରିବା ନିମନ୍ତେ ଏହି ଆଲୋଚନାଚକ୍ରରେ ଆହ୍ୱାନ ଦିଆଯାଇଅଛି । ତତ୍ସହିତ ଦେଶର ସାର୍ବଭୌମତ୍ୱ, ସମ୍ବିଧାନ ଓ ଆଇନକୁ ସମସ୍ତେ ସମ୍ମାନ ଦେବା ଓ ନାଗରିକମାନଙ୍କ ଅଧିକାରର ସୁରକ୍ଷା ନିମନ୍ତେ ନିବେଦନ କରାଯାଇଅଛି । ଏହି ଆଲୋଚନାଚକ୍ରରେ ଇଂ ଅଲେଖ ଚନ୍ଦ୍ର ମଲ୍ଲିକ ସଭାପତିତ୍ୱ କରିଥିଲେ ଓ ବିଶିଷ୍ଟ ଅତିଥି ଭାବେ ଶ୍ରୀଯୁକ୍ତ ଭଜମନ ବେହେରା, ଡଃ ସୌରେନ୍ଦ୍ରି ମହାପାତ୍ର, ଆଡ୍ଭୋକେଟ୍ ହରିଶ ମହାପାତ୍ର, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବନ୍ଧୁ ସେଠୀ, ସମାଜସେବୀ ଅଶୋକ ମଲ୍ଲିକ, ସୁନାକର ବେହେରା, ବାନାମ୍ବର ସେଠୀ ଇତ୍ୟାଦି ଯୋଗ ଦେଇଥିଲେ । ଭାରତୀୟ ବୌଦ୍ଧ ମହାସଭାର ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ ମଲ୍ଲିକ ସଭା ପରିଚାଳନା କରିଥିଲେ ।
Related Stories
January 8, 2025