ଭୁୁବନେଶ୍ୱର. ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭବାନୀ ପାଟଣାର ଆସିଷ୍ଟାଂଟ ଏକଜିକ୍ୟୁଟିଭ ଇଂଜିନିୟର ସମୀର କୁମାର ଠାକୁରଙ୍କ ଘର, କାର୍ଯ୍ୟାଳୟ ସମେତ ଚାରୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରା ଯାଉଛି ।
ଭିଜିଲାନ୍ସ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏହି ଚଢାଉ କାର୍ଯ୍ୟରେ ୫ ଜଣ ଡିଏସପି, ୬ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ମାନେ ନିୟୋଜିତ ଅଛନ୍ତି । ଭବାନୀପାଟଣା ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ ସର୍ଚ ବାରେଂଟ ବଳରେ ଏହି ଚଢାଉ ଜାରୀ ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆ ଯାଇଛି ।