ଭୁବନେଶ୍ଵର,ସାମୁଦ୍ରିକ ବାୟୁର ପ୍ରଭାବରେ ରାଜ୍ୟରୁ ଶୀତ ଗାଏବ୍ ହୋଇଯାଇଛି । ସ୍ଵାଭାବିକ୍ ତାପମାତ୍ରା ଠାରୁ ରାତ୍ରି ତାପମାତ୍ରା ଅଧିକ ରହିଛି । ଗତକାଲି ରାତ୍ରୀ ତାପମାତ୍ରା ପୁରୀରେ ୨୨ ଡ଼ିଗ୍ରୀ ରହିଥିବା ବେଳେ ଗୋପାଳପୁରରେ ୨୧ ଡ଼ିଗ୍ରୀ, ପାରାଦୀପରେ ୨୦.୬, କଟକରେ ୨୦ ଡ଼ିଗ୍ରୀ, ଯାଜପୁରରେ ୨୦.୨, ଭଦ୍ରକରେ ୨୦ ଡ଼ିଗ୍ରୀ ରହିଛି।
ସେହିପରି ଭୁବନେଶ୍ଵରରେ ୧୯.୮, ଚାନ୍ଦବାଲିରେ ୧୯.୮ ଡ଼ିଗ୍ରୀ ଏବଂ କଟକରେ ୨୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।