ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ କ୍ଷେତ୍ରପାଳ ପଂଚାୟତ ସରପଂଚ ପଦବି ନିମନ୍ତେ ଆଜି ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଏହି ନିର୍ବାଚନ ଆଜି ସକାଳ ୭ଘଟିକାଠାରୁ ଆରମ୍ଭ ହୋଇ ମଧ୍ୟାହ୍ନ୧୨ଟା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯାଇଥିଲା । ଏନେଇ ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏହି ପଂଚାୟତରେ ୧୩ଟି ବୁଥ୍ କେନ୍ଦ୍ର କରାଯାଇ ମତଦାନ ହୋଇଥିଲା । ପୁଲିଂ ପାର୍ଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏନେଇ ଧର୍ମଶାଳା ଥାନା ପକ୍ଷରୁ ମତଦାନ କେନ୍ଦ୍ରକୁ ଅଧିକ ଶୃଙ୍ଖଳିତ ନିମନ୍ତେ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ଆସନ୍ତା କାଲି ମତଦାନର ଫଳାଫଳ ସାକାଳ୮ ଘଟିକା ସମୟରେ ବ୍ଲକ୍ କାର୍ଯ୍ୟାଳୟରେ ଘୋଷଣା କରାଯିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ କ୍ଷେତ୍ରପାଳ ପଂଚାୟତର ପୂର୍ବତନ ସରପଂଚ ମନ୍ଦାକିନୀ ପରିଡାଙ୍କ ଅକାଳ ବିୟୋଗ ପରେ ସେଠାରେ ଉପନିର୍ବାଚନ କରାଯାଇଛି । ଏହି ଉପନିର୍ବାଚନରେ ୩ ଜଣ ପ୍ରାଥୀର୍ନୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଓବିସି ମହିଳାଙ୍କ ନିମନ୍ତେ ସଂରକ୍ଷିତ ଏହି ଆସନ ପାଇଁ ଶାନ୍ତିଲତା ସାହୁ, ଅର୍ଚ୍ଚନା ସାହୁ ଓ ବୈଜୟନ୍ତୀ ଦାସ ପ୍ରାର୍ଥୀ ହୋଇଛନ୍ତି । ପଂଚାୟତରେ ମୋଟ ଭୋଟର ସଂଖ୍ୟା ୩,୦୬୮ଥିବା ବେଳେ ୧୫୯୯ ପୁରୁଷ ଓ ୧୪୬୯ ମହିଳା ଥିବା ଜଣାପଡିଛି ।
Related Stories
January 8, 2025