ବଲାଙ୍ଗିର, ଗତକାଲି ବଲାଙ୍ଗିର ଏବଂ ଦେଓଗାଁ ରେଞ୍ଜ ର ମିଳିତ ଭାବରେ ଏକ ଦିବସିୟ ଗଜାସାଥି ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଦେଓଗାଁ ରେଞ୍ଜରେ ଆୟୋଜିତ ହୋଇଥିଲା । ରେଞ୍ଜ ଅଫିସର ଆଲୋକ କୁମାର ମାଝୀଙ୍କ ସଭାପତିତ୍ବରେ ବଲାଙ୍ଗିର ବନଖଣ୍ଡର ଏ.ସି.ଏଫ୍. ଅଜିତ କୁମାର ବିଶି ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ହିସାବରେ ଦେଓଗାଁ ଫରେଷ୍ଟର ପିଙ୍କୁ ଭୋଇ, ଆଟଗାଁ ଫରେଷ୍ଟର ଜେନା ରାଉତ, କୁଡ଼ାସିଂହା ଫରେଷ୍ଟର ଆଶୋକ କୁମାର ନାଏକ, ଗୁଡ଼ଭେଲା ଫରେଷ୍ଟର ମଧୁସୁଦନ ଚାନ୍ଦ ଉପସ୍ଥିତ ଥିଲେ ।
ଏହି ଶିବିରରେ ବଲାଙ୍ଗିର ଏବଂ ଦେଓଗାଁ ରେଞ୍ଜ ର ୧୩ ଟି ଗ୍ରାମର ୬୫ ଜଣ ଗଜାସାଥି ଯୋଗଦାନ ଦେଇଥିଲେ । ହାତୀ ଉପଦ୍ରବ ଅଂଚଳ ମାନଙ୍କରେ ଯଥା – ପଦ୍ମପୁର, ବୁଦେଲଗୁମା, ବ୍ରାମହଣୀପାଲି, ରାଏପାଲି ଏବଂ ଘୁଚିପାଲି ଗ୍ରାମକୁ ଗାଜାସାଥି ମାନଙ୍କୁ ନେଇ ଏକ ସଚେତନତା ରେଲି ଆୟୋଜନ କରାଯାଇଥିଲା । ପରେ ରେଞ୍ଜ ଅଫିସର ଆଲୋକ କୁମାର ମାଝୀଙ୍କ ସଭାପତିତ୍ଵରେ ଏହି ପ୍ରଶିକ୍ଷଣ ଶିବିର ଶେଷ ହୋଇଥିଲା। ଶିବିରରେ ହାତୀର ସୁରକ୍ଷା ତଥା ଚାଷୀମାନଙ୍କର ନଷ୍ଟ ହୋଇଥିବା ଚାଷର କ୍ଷତି ପୁରଣ କିପରି ଠିକ ଭାବରେ ପାଇପାରିବେ ତା” ବିଷୟରେ ସଚେତନତା କରାଯାଇଥିଲା। କାର୍ଯ୍ଯକ୍ରମରେ ଦେଓଗାଁ ବନରକ୍ଷୀ ବିପିନ ବିହାରୀ ଭୋଇ, ଆରତି ପଧାନ, ଯୁକ୍ତା ସାହାଣି, ପ୍ରସାନ୍ତ ବେହେରା, ଉପସ୍ଥିତ ଥିଲେ। ଉକ୍ତ ସଭାକୁ ନରେନ୍ଦ୍ର କୁମାର ବିଶ୍ଵାଳ ପରିଚାଳନା କରିଥିଲେ ଏବଂ ରଜନୀକାନ୍ତ ମହାନ୍ତି ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। ଦେଓଗାଁ ରେଞ୍ଜ ର ସମସ୍ତ ପାରାଷ୍ଟାଫ, ପି-ଏନଜିଓ ଷ୍ଟାଫ ଓ ଏନିମେଟର ମାନେ ସହଯୋଗ କରିଥିଲେ।