-
ଆଜି ସଂଧ୍ୟା ସୁଦ୍ଧା ରାଜ୍ୟର ସମସ୍ତ ତଥ୍ୟ ଅପଲୋଡ କରା ଯିବ
ଭୁବନେଶ୍ୱର, ରାଜ୍ୟରେ କୋବିଡ ସ୍ଥିତିର ମୁକାବିଲା ପାଇଁ ରାଜ୍ୟର ଡାକ୍ତରଖାନା ମାନେ କେତେ ପ୍ରସ୍ତୁତ ଅଛନ୍ତି ସେ ବିଷୟରେ ଜାଣିବାକୁ ଆଜି ବିଭିନ୍ନ ଡାକ୍ତରଖାନାରେ ମକ ଡ୍ରିଲ କରାଯାଇଥିବା ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ସରକାରଙ୍କ ନିର୍ଦେଶକ୍ରମେ ଏହି ମକ ଡ୍ରିଲ କରାଯାଉଥିବା ସେ କହିଛନ୍ତି ।
ସେ କହିଛନ୍ତି ଯେ ଅନ୍ୟ ଦେଶ ମାନଙ୍କରେ କୋବିଡ ମାମଲା ବଢୁଥିବାରୁ ଆମର ପ୍ରସ୍ତୁତି କେତେ ରହିଛି ତାର ଆକଳନ କରିବାକୁ ଏହା କରାଯାଉଛି । ଆମେ ଏହାକୁ ନେଇ କେତେ ପ୍ରସ୍ତୁତ ଅଛୁ ତାହାର ରିଏଲ ଟାଇମ ଆକଳନ କରାଯାଉଛି । ଆମର କୋବିଡ ମୁକାବିଲା ପାଇଁ ମ୍ୟାନ ପାୱାର ଅଛନ୍ତି ନା ନାହିଁ, ଆବଶ୍ୟକୀୟ ଉପକରଣ ଅଛି ନା ନାହିଁ, ଆବଶ୍ୟକୀୟ ଔଷଧ ରହିଛି ନା ନାହିଁ , ଆବଶ୍ୟକ ମାତ୍ରାରେ ଅକ୍ସିଜେନର ବ୍ୟବସ୍ଥା ରହିଛି ନା ନାହିଁ, ଏ ସବୁର ଏହି ମକ ଡ୍ରିଲରେ ଆକଳନ କରାଯାଉଛି ।
ସେ କହିଛନ୍ତି ଯେ ଏ ସମ୍ପର୍କରେ ସମସ୍ତ ତଥ୍ୟ ଭାରତ ସରକାରଙ୍କ ୱେବସାଇଟରେ ଆଜି ସଂଧ୍ୟା ସୁଦ୍ଧା ଅପଲୋଡ କରାଯିବ ।
ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୋବିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ଜଣା ପଡିଛି ।