ଭୁବନେଶ୍ବର, ଦକ୍ଷିଣ ଓଡ଼ିଶା ବିଶେଷ ଭାବେ କୋରାପୁଟ ବାସୀଙ୍କ ପାଇଁ ପୁଣି ଏକ ଖୁସି ଖବର । ଜୟପୁର ବିମାନବନ୍ଦରରୁ ଭୁବନେଶ୍ବରକୁ ଆଉ ଏକ ବିମାନ ଉଡ଼ିବ ବୋଲି ଜଣାପଡ଼ିଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଟ୍ବିଟ୍ କରି ସୁଚନା ଦେଇଛନ୍ତି।
ସେ ଟ୍ୱିଟ କରି କହିଛନ୍ତି ଯେ – ଯାତ୍ରୀମାନଙ୍କ ଚାହିଦା ଓ ଦାବିକୁ ନେଇ ଏୟାର ଅନ୍ ଇଣ୍ଡିଆ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ଜୟପୁର ବିମାନବନ୍ଦରରୁ ଭୁବନେଶ୍ବରକୁ ଦୁତୀୟ ବିମାନ ଉଡ଼ାଣ ପାଇଁ ଲଗାତାର ଦାବୀ ହୋଇ ଆସୁଥିଲା । ଉଲ୍ଲେଖନୀୟ ଯେ ଜୟପୁର ବିମନବନ୍ଦରକୁ ଗତ ଅକ୍ଟୋବର ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ।