-
କ୍ୟାଡରଭୁକ୍ତ କରିବାକୁ ଦାବି
ଭୁବନେଶ୍ୱର, ୮ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘର ପକ୍ଷରୁ ରାଜଧାନୀର ଲୋୟର ପିଏମଜି ଛକ ଠାରେ ବିଶାଳ ବିକ୍ଷୋଭ ସମାବେଶ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଲୋୟର ପିଏମଜି ପର୍ଯ୍ୟନ୍ତ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ବିଶାଳ ରାଲିରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ବିଧାନସଭା ଆଡକୁ ଅଗ୍ରସର ହେବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ଥିବା ଦେଖିବାକୁ ମିଳିଛି ।
ରାଜ୍ୟ ମହାସଂଘର ପଦାଧିକାରୀଙ୍କ କହିବା କଥା ଯେ ସରକାର ତୁରନ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ଡେପୁଟେସନ ବାତିଲ କରି ଏକ୍ସ-କ୍ୟାଡର ବ୍ୟବସ୍ଥା ଉଚ୍ଛେଦ କରନ୍ତୁ। ଏଥିସହ ୨୦୧୭ ମାର୍ଚ୍ଚ ୧ରୁ କ୍ୟାଡରଭୁକ୍ତ କରନ୍ତୁ। ଏଡାଛଡ଼ା ସମସ୍ତଙ୍କୁ ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରନ୍ତୁ। ଫଳରେ ସମସ୍ତ ଶିକ୍ଷକ ନ୍ୟାୟ ପାଇବେ। ସରକାର ଦାବିପୂରଣ ନ କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସେମାନେ ଦାବି କରିଛନ୍ତି ।