
ସମ୍ବଲପୁର, ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ନୀତିଶ ଗଙ୍ଗଦେବଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଆଜି ସମ୍ବଲପୁର ସର୍କଲ ଜେଲ୍ ରେ ପହଂଚି ଗିରଫ ଆଇନଜୀବୀ ମାନଙ୍କୁ ଭେଟିଛନ୍ତି । ଓକିଲ ମାନଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୧୨ ତାରିଖରେ ଆନ୍ଦୋଳନରତ ଓକିଲ କୋର୍ଟ ରୁମ୍ ଭିତରକୁ ଧଶେଇ ପଶିବା ସହ ସେଠାରେ ଭଙ୍ଗାରୁଜା କରିବା ଘଟଣାରେ ବର୍ତମାନ ସୁଦ୍ଧା ୨୭ ଜଣ ଓକିଲ, ଜଣେ ସାଧାରଣ ନାଗରିକ ଓ ୮ ଜଣ କିନ୍ନରଙ୍କୁ ଗିରଫ କରିଛି ପୋଲିସ ।