-
ଉତ୍କଳ ବିଶ୍ଵବିଦ୍ୟାଳୟ ଦଳରେ ପୁରୀ ବକ୍ସି ଏକାଡେମୀର ୬ ଜଣ ଖେଳାଳି
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,୨୬ ଡିସେମ୍ବର ୨୦୨୨ ରୁ ୧.୧.୨୦୨୩ ତାରିଖ ପର୍ଯ୍ୟନ୍ତହରିୟାଣା ର ମହର୍ଷି ଦୟାନନ୍ଦ ୟୁନିଭରସିଟି , ରୋତକ୍ ଠାରେ ସର୍ବ ଭାରତୀୟ ଆନ୍ତ ବିଶ୍ୱବିଦ୍ୟାଳୟ ମହିଳା ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏଥିରେ ଉତ୍କଳ ବିଶ୍ଵବିଦ୍ୟାଳୟ ଦଳ ଅଂଶଗ୍ରହଣ କରିଛି। ଉତ୍କଳ ବିଶ୍ଵବିଦ୍ୟାଳୟ ଦଳରେ ପୁରୀ ବକ୍ସିଂ ଏକାଡେମୀ ର ୬ ଜଣ ପ୍ରତିଯୋଗୀ ସ୍ଥାନ ପାଇଛନ୍ତି ସେମାନେ ହେଲେ ରୋନାଲି ଗିରି ୪୮-୫୦, କବିତା ଗୁରୁ ୫୪ – ୫୭, ବର୍ଷାରାଣୀ ଜେନା ୫୭ – ୬୦, ସୁନିତା ଜେନା ୭୦ – ୭୫, ଲିଜା ପରିଡା ୭୫ – ୮୧, ରାକ୍ଷୀ ସ୍ୱାଇଁ ୮୧+ ପ୍ରମୁଖ |
ପୁରୀ ବକ୍ସିଂ ଏକାଡେମୀର କୋଚ୍ ସୁଦର୍ଶନ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ,ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ରବିଶଙ୍କର ପ୍ରତିହାରି,ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଯୁବ ସଂଗଠକ ଶୁଭାଶିଷ ଖୁଣ୍ଟିଆ, ସୁଦର୍ଶନ ମହାରଥୀ, ହରିହର କର, ରବିନାରାୟଣ ମିଶ୍ର, ନୀଳକଣ୍ଠ ମିଶ୍ର , ପ୍ରଫୁଲ ମିଶ୍ର, ବିଶ୍ୱଭୂଷଣ ପଣ୍ଡା, ପ୍ରଦୀପ ଦାସ ପ୍ରମୁଖ ଖେଳାଳିଙ୍କ ସଫଳତା କାମନା କରିଛନ୍ତି।