କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ବିପର୍ଯ୍ୟୟ ପରିଚାଳନା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ସହିତ ସ୍ତାନିୟ ଜନ ସାଧାରଣ ଙ୍କୁ ସାମିଲ କରି ବିପର୍ଯ୍ୟୟ ର ମୁକାବିଲା କରିବାକୁ ସମସ୍ତେ ଆଗେଇ ଆସିବାକୁ ଇନ୍ଦୀପୁର ଠାରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ରେ ଆହ୍ବାନ ଦିଆ ଯାଇଛି।
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୁପକ୍ଷଙ୍କ ସହଯୋଗ ରେ ଇନ୍ଦୀପୁର ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ର ୨୫ ଜଣ ସଭ୍ୟ, ଉଦ୍ଧାରକାରୀ ଦଳ ର ୨୫ ଜଣ ସଭ୍ୟ ଓ ପ୍ରାଥମିକ ଚିକିତ୍ସା ଦଳ ର ୨୫ ଜଣ ସଦସ୍ୟ ଙ୍କ ପାଇଁ ୧୧ ଦିନିଆ ପ୍ରଶିକ୍ଷଣ ଶିବିର ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇଛି। ଡେଲାଙ୍ଗ ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲୀପ କୁମାର ଷଡଙ୍ଗୀ ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ।
ଗୋପୀନାଥ ଯୁବକ ସଂଘ ର ସମ୍ପାଦକ ତଥା ନୋଡାଲ ଏଜେନ୍ସି ର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଶିକ୍ଷକ ମାନେ ଯୋଗଦେଇ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।
ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ବିପର୍ଯ୍ୟୟ ପର ପ୍ରସ୍ତୁତି, ପରିଚାଳନା କମିଟି ର କାର୍ଯ୍ୟ, ପଞ୍ଜିକରଣ, ଆକାଉଣ୍ଟ ପରିଚାଳନା, ଉପକରଣ ରକ୍ଷଣାବେକ୍ଷଣ , ନଥିପତ୍ର ଦାଖଲ , ସମସ୍ତ କାଗଜପତ୍ର ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ଉଦ୍ଧାର କୌଶଳ, ରୋଗୀ ମାନଙ୍କୁ ସହାୟତା, ନିଆଁ ଲାଗିଥିବା ବେଳେ ଉଦ୍ଧାର କାର୍ଯ୍ୟ ର କୌଶଳ ଆଦି ବିଭିନ୍ନ ଉପରେ ପ୍ରଶିକ୍ଷଣ ଦିଆ ଯାଇଥିଲା।
ପ୍ରଶିକ୍ଷକ ଭାବରେ ସୁନିତା ବିଶ୍ଵାଳ, ସୁଜାତା ପ୍ରଧାନ ଓ ବସନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ।
ସରପଞ୍ଚ ଶ୍ରୀମତୀ ପ୍ରମିଳା ସେନାପତି, କମିଟି ର ସମ୍ପାଦକ ପ୍ରମୋଦ କୁମାର ପରିଡ଼ା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣି ଦାଶ ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।
ବାତ୍ୟା ଆଶ୍ରସ୍ଥଳୀର ଉପଯୁକ୍ତ ପରିଚାଳନା ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଥିଲା। ଅଭୟମୁଖି ଗ୍ରାମପଞ୍ଚାୟତ ର ଇନ୍ଦି ପୂର ଠାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ରେ ଗ୍ରାମ ର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ।