
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ପୁରୀ ବାସେଳୀ ସାହି ନିବାସୀ କବି ତଥା ଆଦର୍ଶ ଶିକ୍ଷକ ଏବଂ ‘ଶିଶୁଜ୍ୟୋତି’ର ସଂପାଦକ ପଦ୍ମଚରଣ ଖୁଣ୍ଟିଆଙ୍କ ଦଶାହ ଅବସରରେ ସ୍ଥାନୀୟ ବାରବାଟୀ କଲ୍ୟାଣ ମଣ୍ଡପରେ ଏକ ସ୍ମୃତିରେ ପଦ୍ମଚରଣ ସନ୍ଧ୍ୟା ଆୟୋଜିତ ହୋଇଥିଲା । ଏହି ସ୍ମୃତିଚାରଣ ସଭାରେ ପୁରୀର ପ୍ରିୟ ବିଧାୟକ ତଥା ବାସେଳୀ ସାହି ବାସିନ୍ଦା ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ଶ୍ରୀଯୁକ୍ତ ପଦ୍ମନାଭ ପଣ୍ଡା, ଭାରତ ବିକାଶ ପରିଷଦର କର୍ମକର୍ତ୍ତା ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ପଣ୍ଡା, ସମାଜସେବୀ ଶ୍ରୀବୁଦ୍ଧଦେବ ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଶୀନାଥ ଖୁଣ୍ଟିଆ, ସମାଜସେବୀ ଶରତ ଜୟସିଂହ, ରାଷ୍ଟ୍ରୀୟ ସଂୟସେବକ ସଂଘର କର୍ମକର୍ତ୍ତା ଶ୍ରୀ ମନୋରଂଜନ ସାହୁ, ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦର ସଂପାଦକ ଶ୍ରୀ ରବିନ୍ଦ୍ରନାଥ ପଟ୍ଟନାୟକ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରିହର ହୋତା, ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦର ସଭାପତି ଶ୍ରୀ ପ୍ରାଣକୃଷ୍ଣ ମହାପାତ୍ର, କେନ୍ଦ୍ର ବାଲ୍ ପୁରସ୍କୃତ ଲେଖକ ଶ୍ରୀ ବୀରେନ୍ଦ୍ର ନାଥ ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ପଟ୍ଟନାୟକ, ସୁପ୍ରୀତି ରଥ, ସୁଲେଖାର ସଂପାଦକ ଶ୍ରୀ ସଦାଶିବ ମିଶ୍ର, ଅଭିନନ୍ଦନିକାର ସଂପାଦକ ଶ୍ରୀ ଶ୍ୟାମପ୍ରକାଶ ସେନାପତି, କବି ମହେନ୍ଦ୍ର ଦାଶ, କବୀ କଳ୍ପନା ମିଶ୍ର, ଆଇନଜୀବୀ ସର୍ବାଣୀ ଦାସ, ସ୍ତମ୍ଭକାର ତଥା ଗୀତିକାର ଶ୍ରୀ ବଦ୍ରି ମିଶ୍ର,ସନମାର୍ଗର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, ଯୋଗପଲ୍ଲବର ସଂପାଦକ ଶ୍ରୀ ରମାକାନ୍ତ କର, ଚିତ୍ରଶିଳ୍ପୀ ଶ୍ରୀ ଚନ୍ଦ୍ରଶେଖର ମହାରାଣା ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଖୁଣ୍ଟିଆଙ୍କ ଫଟୋଚିତ୍ରରେ ପୁଷ୍ପଅର୍ଘ୍ୟ ପ୍ରଦାନ ପୂର୍ବକ ତାଙ୍କ ପବିତ୍ର ଆତ୍ମାର ସଦ୍ଗତି କାମନା କରିଥିଲେ । ଏହି ସ୍ମୃତିଗରଣ ସଭାରେ ସ୍ଵର୍ଗତ ଖୁଣ୍ଟିଆଙ୍କ ସ୍ମୃତିରେ ଏକ ସ୍ମରଣିକା ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହେବା ସହ ସ୍ବର୍ଗତ କବି ପଦ୍ମଚରଣଙ୍କ ସହିତ ସଂପର୍କ ଏବଂ ସାହିତ୍ୟ ଜଗତରେ ତାଙ୍କର ଅବଦାନ ବିଷୟରେ ଶ୍ରଦ୍ଧା ନିବେଦନ ପୂର୍ବକ ସଭା ସାଂଗ କରାଯାଇ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତାଙ୍କର ଭାଇ ଦୁର୍ଗାଚରଣ ଖୁଣ୍ଟିଆ, ବଡ଼ପୁଅ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ସାନପୁଅ ପ୍ରଭାତ କୁମାର ଖୁଣ୍ଟିଆ, ବଡ଼ବୋହୂ ସଂଚିତା ଖୁଣ୍ଟିଆ, ନାତୁଣୀ ବର୍ଷା, ଲିପ୍ସା, ନାତି ଅବିନାଶ,ଜ୍ବାଇଁ, ନାତୁଣୀ ଜ୍ୱାଇଁଙ୍କ ସହିତ ଶତାଧିକ ପଦ୍ମଚରଣ ପ୍ରେମୀ ଯୋଗଦେଇଥିଲେ । ସ୍ମୃତିଋରଣ ସଭାକୁ ପ୍ରିୟପତ୍ରର ସଂପାଦକ ବିପିନବିହାରୀ ଦଳାଇ, ଶ୍ରୀ ସୌମେନ୍ଦ୍ର ଦାସ ଏବଂ ଅଭିନନ୍ଦିକାର ସଂପାଦକ ଶ୍ୟାମପ୍ରକାଶ ସେନାପତି ପରିଚାଳନା କରିଥିଲେ |