-
ରାଜନୈତିକ ଅପରାଧିକରଣକୁ ଆଦୈା ବରଦାସ୍ତ କରିବେ ନାହିଁ ଓଡିଶାବାସୀ: ସମୀର ମହାନ୍ତି
-
୨୫ ବର୍ଷ ପୁର୍ତି କରିଥିବା ବିଜୁ ଜନତା ଦଳର ଶାସନରେ ଆଜି ରାଜ୍ୟର ଜେଲ୍ ମଧ୍ୟ ସୁରକ୍ଷିତ ନୁହେଁ
-
ଓଡିଶାରେ ସୁଶାସନ ନୁହେଁ କୁଶାସନ ଚାଲିଛି
-
ଓଡିଶାରେ ଘଟୁଥିବା ଜଘନ୍ୟ ହତ୍ୟାକାଣ୍ଡ, ଶିଶୁ ଅପହରଣ, ନାରୀ ନିର୍ଯ୍ୟାତନା, ହିଂସାକାଣ୍ଡ ସମେତ ବିଭିନ୍ନ ଅପରାଧରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ଚିନ୍ତାର କାରଣ ସାଜିବା ସହିତ ରାଜ୍ୟ ରାଜନୀତି ପ୍ରତି ବିପଦ ସୃଷ୍ଟି କରିଛି
-
ବିଜେଡିର ନିରୁଙ୍କଶ ଶାସନରେ ଓଡିଶା ଆଜି ରାଜନୈତିକ ଅପରାଧୀଙ୍କ ଚରାଭୂଇଁ ପାଲଟିଛି
-
ନିଜ ଦଳର ଦାଗୀ ମନ୍ତ୍ରୀ, ବିଧାୟକ ଓ ନେତାଙ୍କୁ ପାଖରେ ବସାଇ ଆଇନର ବାଟ ଓଗାଳୁଛନ୍ତି ମୁଖ୍ୟମନ୍ତ୍ରୀ
-
ଭୁବନେଶ୍ୱର ସମେତ କଟକ,ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଅନୁଗୁଳ, ଜୟପୁର, ବ୍ରହ୍ମପୁର ସମେତ ଅନ୍ୟାନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତି ତଳେ ଅନୁଷ୍ଠିତ ହେଲା ସତ୍ୟାଗ୍ରହ
ରାଜନୀତିରେ ଅପରାଧୀକରଣ ଓ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ରାଜଧାନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେଡି ଓଡିଶାବାସୀଙ୍କ କାଳ ସାଜିଛି । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ଏବଂ ବିଜେଡିର ମୁଖା ଖୋଲିଯିବା ଭୟରେ କିଛି ଦିନ ତଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ସାକ୍ଷୀ ଗୋବିନ୍ଦ ସାହୁଙ୍କୁ ଜେଲ ଭିତରେ ପୋଲିସ ସାହାଯ୍ୟରେ ହତ୍ୟା କରାଗଲା । ମାହାଙ୍ଗା ମର୍ଡର ଘଟଣାର ୧୩ ନମ୍ବର ମୁଦାଲା ରହିଥିବା ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନା ଓ ବିଜେଡି ନେତାମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ମଧ୍ୟ ଟ୍ରକ ଚଢାଇ ହତ୍ୟା କରାଗଲା । ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କୁ ସୁରକ୍ଷା ଦେଇ ନିମାପଡାର ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କୁ ହତ୍ୟା କରାଗଲା ।
ନୟାଗଡର ପରୀ, ଯାଜପୁରର ପିହୁ ସମେତ ସ୍ମିତାରାଣୀ, ବେବିନା ହତ୍ୟା ମାମଲାରେ ସଂପୃକ୍ତ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେଲେ ରାଜ୍ୟ ସରକାର । କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ କରାଇ ସତ୍ୟକୁ ଚପେଇ ଦିଆଗଲା ସତ, କିନ୍ତୁ ବର୍ତମାନ ସୁଦ୍ଧା କୌଣସି ଗୋଟିଏ ଘଟଣାରେ ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଲୋକ ଲୋଚନକୁ ଆସିପାରିଲା ନାହିଁ । ଏପରିକି ବିଜେଡି ମୁଖିଆ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଲେ ନାହିଁ । ପ୍ରମାଣ ନଷ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ସର୍ବଭାରତୀୟ ସ୍ତରରେ ଆଜି ଓଡିଶା ମହିଳା ବିରୋଧୀ ହିଂସାର ସମସ୍ତ ମାପଦଣ୍ଡରେ ଦେଶର ପ୍ରଥମ ୫ଟି ରାଜ୍ୟ ଭିତରେ ଆସିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ହିଂସା ଓ ନିଯ୍ୟାତନାକୁ ବିରୋଧ କରି ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟର ସମସ୍ତ ମଣ୍ଡଳରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତି ତଳେ ୪ଘଂଟିଆ ସତ୍ୟାଗ୍ରହ ପାଳନ କରାଯାଇଛି । ଭୁବନେଶ୍ୱରଠାରେ ଅନୁଷ୍ଠିତ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ସୁବାଷ ପାଣିଗ୍ରାହୀ, ଶଂକର ଓରାମ, ଭାସ୍କର ମଢେଇ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ଡ.ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ, ନବଚରଣ ମାଝୀ, ଡ.ବୁଧନ ମୁର୍ମୁ, ସୂର୍ଯ୍ୟବଂଶୀ ସୁରଜ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଠାକୁର ରଣଜିତ୍ ଦାସ, ରାଜେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖଙ୍କ ସମେତ ରାଜ୍ୟ ଓ ଜିଲ୍ଲାର ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ ।
ସେହିପରି କଟକଠାରେ ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ; ବାଲେଶ୍ୱରଠାରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ସମ୍ବଲପୁରଠାରେ ବିଧାୟକ ନାଉରୀ ନାଏକ, ତାଳଚେରଠାରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଝାରସୁଗୁଡାରେ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ରାଉରକେଲା, ଅନୁଗୁଳ, ଜୟପୁର, ବ୍ରହ୍ମପୁର, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, ପୁରୀ, କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତି ତଳେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି ।