-
ନହେଲେ ପୁରୀଵାସୀ କରିବେ ନିର୍ବାଚନ ବର୍ଜ୍ଜନ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ପୁରୀ ରେ ବିଜେଡି ର ରୌପ୍ୟ ଜୟନ୍ତୀ ପାଳନ ର ଅବ୍ୟବହିତ ପୂର୍ବରୁ ସହରରେ ଉଠିଛି ଝଡ଼।ସରକାରଙ୍କୁ ରାଜସ୍ବ ଦେଇ ,ବିକ୍ରେତାଙ୍କୁ ଲକ୍ଷଲକ୍ଷ ଟଙ୍କା ଦେଇ, ସରକାରଙ୍କ ଆଇନ ବିଭାଗର ଅନୁମୋଦନ ନେଇ ସ୍ଥାୟୀ ବାସିନ୍ଦା କିଣିଥିବା ଜମି ର ପଟ୍ଟାକୁ ସରକାର ରଦ୍ଦ କରିଥିଲା ବେଳେ,ସରକାରୀ ଜାଗାକୁ ବେଆଇନ ଦଖଲ କରିଥିବା ୬୬ଟି ବସ୍ତିରେ ରହୁଥିବା ଅସ୍ଥାୟୀ ପରିବାର କୁ ଜାଗା ମିଶନ ଯୋଜନାରେ ଦେଇଛନ୍ତି ଜମିପଟ୍ଟା। ଜମିଜମା ସମସ୍ୟା ସମାଧାନ ପାଇଁ ସରକାରଙ୍କ ଇଛାଶକ୍ତିର ଅଭାବ ରୁ ୨୨ବର୍ଷ ଧରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ସ୍ଥାୟୀ ବାସିନ୍ଦା ଙ୍କ ମଧ୍ୟରେ ବିବାଦ ରହିଛି।ସହର ର ହଜାର ହଜାର ଲୋକ କାନ୍ଦୁଥିବା ବେଳେ ସରକାରୀ ଦଳ ବିଜେଡି ପୁରୀ ରେ ଦଳର ରୌପ୍ୟ ଜୟନ୍ତୀ ପାଳନ କରିବା ଦୁଃଖ ଦାୟକ ବୋଲି କହିଛନ୍ତି ଓଡ଼ିଶା ଯୁବ ଚେତନା ସଂଗଠନ ଓ ଓଡ଼ିଶା ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶା ର ରାଜ୍ୟ ସଭାପତି ବଦ୍ରି ମିଶ୍ର।ଆଜି ପ୍ରଧାନମନ୍ତ୍ରୀ ମୋଦି, ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଫାଇଭ୍ ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଏ ସଂକ୍ରାନ୍ତରେ ଦାବି ପତ୍ର ପ୍ରଦାନ କରି ଶ୍ରୀମିଶ୍ର ଜଣାଇଛନ୍ତି ଯେ ପୁରୀ ସହରକୁ ଜନପ୍ରିୟ ନବୀନ ସରକାର ବସ୍ତି ଘୋଷଣା କରି ସେମାନଙ୍କୁ ଜାଗା ମିଶନ ଜରିଆରେ ସ୍ଥାୟୀ ପଟ୍ଟା ଦିଅନ୍ତୁ ନହେଲେ ପୁରୀ ବାସୀ ଆଗାମୀ ଦିନରେ ପୌର ଓ ସାଧାରଣ ନିର୍ବାଚନ ବର୍ଜନ କରିବେ |