କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଓଡ଼ିଶା ୨୦୨୩ ର ବିଶ୍ୱକପ ହକି ଆୟୋଜନ କରୁଛି।ଏହା ଭୁବନେଶ୍ୱର ଓ ରାଉରକେଲା ରେ ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ହକି ର ପ୍ରଚାର ପ୍ରସାର ଓ ଲୋକପ୍ରିୟତା ପାଇଁ ଏହି ବିଶ୍ୱକପ ଟ୍ରଫି କୁ ବିଭିନ୍ନ ରାଜ୍ୟ,କେନ୍ଦ୍ର ଶାସିତ ଅଞ୍ଚଳ ଓ ଆମ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଜିଲ୍ଲାରେ ଚଳିତ ମାସ ୨୬ ରେ ଏହି ଟ୍ରଫି ପହଞ୍ଚିବ। ୨୭ ତାରିଖ ସକାଳ ୭ ଘଟିକାରେ ଭିକ୍ଟୋରିଆ ହୋଟେଲ ସି ବିଚ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫି କୁ ସ୍ୱାଗତ କରାଯିବ।ଏହାପରେ ଦିବା ୯ ଘଟିକା ସମୟରେ ଟ୍ରଫି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରୁ ସାଂସ୍କୃତିକ ଦଳ ମାଧ୍ୟମରେ ସ୍ୱାଗତ କରାଯାଇ ଅରୁଣ ସ୍ତମ୍ଭ ପାଖକୁ ନିଆଯାଇ ବେଦମନ୍ତ୍ର ସହ ପୂଜାର୍ଚ୍ଚନା ଓ ଖଣ୍ଡୁଆ ପାଟ ଅର୍ପଣ କରାଯିବ ବୋଲି ସ୍ଥିର ହୋଇଛି।ଏ ସମ୍ପର୍କରେ ଏକ ବୈଠକ ପୂର୍ବାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଅଧ୍ୟକ୍ଷତା କରିବା ବେଳେ ଚଳିତ ବର୍ଷ ଓଡିଶା ବିଶ୍ୱକପ ହକିର ଆୟୋଜନ କରୁଥିବାରୁ ଆମ ଜିଲ୍ଲା ଓ ଶ୍ରୀମନ୍ଦିର ଛତିଶା ନିଯୋଗ ପକ୍ଷରୁ ଏହାକୁ ଭବ୍ୟ ସ୍ୱାଗତ କରିବା ସହ ଶ୍ରୀମନ୍ଦିର ନିକଟରେ ପ୍ରଦର୍ଶନ କରାଯିବ ବୋଲି କହିଥିଲେ। ଏହି ବୈଠକରେ ଶ୍ରୀମନ୍ଦିର ନିତି ପ୍ରଶାସକ ଶ୍ରୀ ଜିତେନ୍ଦ୍ର ସାହୁ, ଡେପୁଟି କଲେକ୍ଟର ଶ୍ରୀ ରାକେଶ କୁମାର ପଣ୍ଡା,ଗରାବଡୁ ନିଯୋଗ ସମ୍ପାଦକ ଶ୍ରୀ ରଜତ ପ୍ରତିହାରୀ, ଦଇତାପତି ନିଯୋଗର ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସମହାପାତ୍ର, ଖୁଣ୍ଟିଆ ନିଯୋଗ ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ଘଣ୍ଟୁଆ ନିଯୋଗର ସଭାପତି ଶ୍ରୀ ଗୌରହରି ପ୍ରଧାନ, ମ୍ୟାନେଜିଂ କମିଟି ସଦସ୍ୟ ଶ୍ରୀ ମାଧବ ମହାପାତ୍ର, ଶ୍ରୀ ଅନନ୍ତ ତିଆଡି, ଶ୍ରୀ ଦୂର୍ଗା ଦାସମହାପାତ୍ର, ଶ୍ରୀ ସିଂହାରୀ ଜଗନ୍ନାଥ କର,ଶ୍ରୀ ମାଧବ ପୂଜାପଣ୍ଡା,ବରିଷ୍ଠ ସଦସ୍ୟ ଶ୍ରୀ ଦାମୋଦର ମହାସୁଆର, ସୁଆର ମହାସୁଆର ନିଯୋଗ ର ସମ୍ପାଦକ ଶ୍ରୀ ନାରାୟଣ ମହାସୁଆର, ମହାସୁଆର ନିଯୋଗ ସମ୍ପାଦକ ଶ୍ରୀ ଗଣେଶ ମହାସୁଆର, ପ୍ରତିହାରୀ ନିଯୋଗ ସମ୍ପାଦକ ଶ୍ରୀ ରାମ ନାରାୟଣ ଗୋଛିକାର, ଶ୍ରୀ ମଧୁସୂଦନ ଖୁଣ୍ଟିଆ, ଶ୍ରୀ ହରି ନାରାୟଣ ଖୁଣ୍ଟିଆ, ଶ୍ରୀ ଶ୍ୟାମ ସୁନ୍ଦର ମହାପାତ୍ର, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, କ୍ରିଡା ସଂସଦର ସମ୍ପାଦକ ଶ୍ରୀ ରବିଶଙ୍କର ପ୍ରତିହାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Related Stories
November 23, 2024