ଭଦ୍ରକ – ଜମି ଜାଲିଆତି ଘଟଣା ଭଦ୍ରକ ଜିଲ୍ଲାରେ ଉଗ୍ରରୁପ ଧାରଣ କରିବାରେ ଲାଗିଛି । କିଏ କେତେବେଳେ କାହାକୁ ବାପା ସଜେଇ ଜମି ବିକ୍ରୀ କରୁଛିତ ପୁଣି ଆଉ କିଏ ବଡଭାଇମାନେ ଥାଉ ଥାଉ ସାନ ଭାଇ ଜମିବିକ୍ରୀ କରୁଛି । ପୁଣି କେତେବେଳେ ସ୍ଥିତିବାନ ଜମି ସରକାରୀ ଖାତାକୁ ଚାଲିଯାଉଛିତ ପୁଣି କାହାର ଅନୁପସ୍ଥିତିର ସୁଯୋଗରେ ଗୋଟିଏ ଜମି କିଣି ଆଉ ଗୋଟିଏ ଜମିକୁ ନିଜ ନାମରେ କରାଇ ନେଉଛି । ଏମିତି ଘଟଣା ବାସୁଦେବପୁର ଓ ଚାନ୍ଦବାଲି ଅଂଚଳରେ ଦିନକୁ ଦିନ ବଢିବାରେ ଲାଗଛି । ମିଳିଥିବା ସୂଚନା ମୁତାବକ ଭଦ୍ରକ ଜିଲୋ୍ଲା ବାସୁଦେବପୁର ତହସିଲ ଅଧିନ ସାବରପୁର ଗ୍ରାମର ମରହୁମ ହାଯିନୁର ମହମ୍ମଦଙ୍କ ଚାରିପୁଅ ସେକ ଏନାମୁଲ ,ସେକ ୟୁନୁସ, ସେକ ସାମସୁଲ ଓ ସେକ ଇଲିୟାସ । ବଡ ଦୁଇପୁଅଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଅଗୋଚରରେ ସାନ ଦୁଇପୁଅ ସେକ ସାମସୁଲ ଓ ସେକ ଇଲିୟାସ ମଳିତ ଭାବରେ ଏକ ଯୋଗ ଏକ ପରାମର୍ଶ କ୍ରମେ ବାସୁଦେବପୁରର ବା‚ାନିଧି ନାୟକଙ୍କ ପୁଅ ପବିତ୍ର ନାୟକଙ୍କୁ ୨୦୧୯ ମସିହା ଜୁନ ମାସ ୨୪ ତାରିଖରେ ଖତା ନଂ ୬୬ମ୍ବର ଖ ୨୮୨ସଡାର ୫୦ ଡେସିସିମିଲ ମ୍ୟରୁ ୨୫ ଡେସିମିଲ ଓ ଖ୨୮୩ସଡାର ୫୯ ଡେସିମିଲ ମଧ୍ୟରୁ ୧୫ ଡେସିମିଲ ଜମିକୁ ମିଶାଇ ମୋଟ ୪୦ ଡେସିମିଲ ଜମିକୁ ୧ଲକ୍ଷ ୧୦ ହଜାରଟଙ୍କାରେ କବାଲା ନଂ ୧୮୩୩ମ୍ବର ମୂଳେ ବିକ୍ରୀ କରିଛନ୍ତି । ବିକ୍ରୀ ସମୟରେ ଜମିର ଲିଗାଲହେୟାର ଡକ୍ୟୁମେଂଟ ସହ ଅନ୍ୟ କାଗଜାତ ଦର୍ଶାଇନଥିବା ସୂଚନା ଆଇନ ବଳରେ ଜଣାଯାଇଛି । ଏହି ଜମି ବିକ୍ରୀ ସମୟରେ ୧୯୮୦ମସିହା ଭୂ-ଆଇନ ବିକ୍ରୀ କରାଯାଇଥିବା ସେକ ଏନାମୁଲ ହକଙ୍କ ଜ୍ୱାଇଁ ସେକଅବଦୁଲ ଗଫାର ସୂଚନା ଆଧାରରେ ଜାଣିବାକୁ ପାଇଥିବା ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ତେବେ ଜମିବିକ୍ରୀ ସମୟରେ ସ୍ଥାନୀୟ ପ୍ରଶାସନ ସମସ୍ତ କାଗଜାତ ତନଖି ନକରିବା , ଆଉ କେତେକ କର୍ମଚାରୀ ମନଇଛା ମୁତାବକ ସାଧାରଣ ଜନତାଙ୍କୁ ଜମି ବିକ୍ରୀ ଜନିତ ଘଟଣା ଉପରେ ଅପରାଧିକ ମନୋବୃତିକୁ ସହଯୋଗ କରିବାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ସାଧାରଣ ଲୋକଟି ନ୍ୟାୟ ପାଇବା ଆଶାରେ ଏ ଅଫିସରୁ ସେ ଅଫିସ , ଶେଷରେ ମାନ୍ୟବର ଅଦାଲତଙ୍କ ଠାରେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେଉଛି । ସ୍ୱଚ୍ଛତା ଆଣିବା ପାଇଁ ସରକାର ଯଥାସାଧ୍ୟ ଉଦ୍ୟମ କରୁଥିବା ବେଳେ ବାସୁଦେବପୁରର ସବ-ରେଜିଷ୍ଟାରଙ୍କ କାର୍ଯ୍ୟଶୈଳୀକୁ ନେଇ ଅଙ୍ଗୁଳି ନିର୍ଦେଶ କରୁଛି ।
Related Stories
November 25, 2024