ଭୁବନେଶ୍ଵର, ଆଜି ସକାଳେ ଉପକୂଳ ଓଡ଼ିଶା କେତେକ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟ ମାନ ହୋଇଛି । ଟ୍ଵିନ ସିଟି କଟକ ଓ ଭୁବନେଶ୍ଵରରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ବେଳେ ସେଠାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ସେହିପରି ଭଦ୍ରକର ଚାନ୍ଦବାଲିରେ ୬୦ ମିଟର (ଘନ କୁହୁଡ଼ି), ଜଗତସିଂହପୁର ଜିଲ୍ଲାର ପାରାଦୀପରେ ୭୫ ମିଟର (ଘନ କୁହୁଡ଼ି), ପୁରୀରେ ୨୦୦ ମିଟର (ମଧ୍ୟମ ଧରଣର କୁହୁଡ଼ି) ଏବଂ ଅନୁଗୁଳରେ ୫୦୦ ମିଟର (ହାଲୁକା କୁହୁଡ଼ି) ଦୃଶ୍ୟମାନ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 23, 2024