ଭୁବନେଶ୍ଵର, ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ସାମୁଦ୍ରିକ ବାୟୁର ପ୍ରଭାବ ସହ ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ପାଇଛି ଏବଂ ଶୀତର ପ୍ରକୋପ ହ୍ରାସ ପାଇଛି । ଟ୍ଵିନ ସିଟି ଭୁବନେଶ୍ଵର ରେ ୧୭.୬ ଡ଼ିଗ୍ରୀ ଏବଂ କଟକରେ ୧୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ସର୍ବନିମ୍ନ ୮.୦ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୮.୫ ଡ଼ିଗ୍ରୀ, କୋରାପୁଟରେ ୯.୦ ଡ଼ିଗ୍ରୀ, ଏବଂ କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ରାତ୍ରୀକାଳୀନ ତାପମାତ୍ରା ୧୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।