ବଲାଙ୍ଗିର, ମହୀୟଷୀ ମହିଳା ସୁପୁତ୍ର ହିମାଂଶୁ ପାଢିଙ୍କ ମା ଶ୍ରୀମତୀ ଦେବହୁତି ପାଢିଙ୍କ ଗତକାଲି ରାତ୍ର ୧୦ ଟା ୧୦ ମିନିଟ୍ ରେ ପରଲୋକ ହୋଇଯାଇଛି। ତାଙ୍କର ଅନ୍ତିମ ଯାତ୍ରା ଆଜି ସକାଳ ୮ଟା ସମୟରେ ରୁଗୁଡିପଡା ଦୁର୍ଗାମଣ୍ଡପ ଠାରୁ ଆରମ୍ଭ ହେବା ସହ ଜଗନ୍ନାଥ ଧାମ ପୁରୀ ସ୍ବର୍ଗଦ୍ବାର ନେବାର କାର୍ଯ୍ୟକ୍ରମ ରହିଛି। ପୁରୀ ନେବା ଆଗରୁ ଆଜି ସକାଳେ ଦୁର୍ଗାମଣ୍ଡପ ଠାରେ ସବୁ ବର୍ଗର ଲୋକେ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଛନ୍ତି। ପରେ ତାଙ୍କର ମର ଶରୀରକୁ ଏକ ଗାଡ଼ିରେ ପୁରୀ ନିଆଯାଇଛି। ସ୍ଵର୍ଗଦ୍ଵାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ। ତାଙ୍କର ସାନ ପୁତ୍ର ସାମ୍ବାଦିକ ହିମାଂଶୁ ଶେଖର ପାଢୀ ଓ ଅନ୍ୟମାନେ ତାଙ୍କର ଶବ ଧାରରେ ସାମିଲ ହୋଇଛନ୍ତି।
Related Stories
November 22, 2024