ଭୁବନେଶ୍ୱର ,ଲୋକମାନେ କିପରି ସହଜରେ ଅଭିଯୋଗ ଆଣିବେ ଓ ତୁରନ୍ତ ବିଚାର ହୋଇ ନ୍ୟାୟ ପାଇବାକୁ ହେଲେ ପ୍ରଚଳିତ ଆଇନରେ ସଂଶୋଧନ ନିହାତି ଆବଶ୍ୟକ ।ଛୋଟ ଛୋଟ କେସ ଗୁଡ଼ିକ ପୂର୍ବ ପରି ପଞ୍ଚାୟତ ରେ ଶୁଣାଣି ହୋଇ ସମାଧାନ ହୋଇଗଲେ ଭଲ ହେବ ବୋଲି ମତ ପ୍ରକାଶ ପାଇଛି । ଥିନକର୍ସ କ୍ଲବ୍ ର ୫୪ତମ ଆଭାସୀ ଆଲୋଚନାରେ ପୂର୍ବତନ ଜିଲ୍ଲା ବିଚାରପତି ଉମlଚରନ ମିଶ୍ର ଓ କିଟ ବିଶ୍ଵବିଦ୍ୟାଳୟର ପ୍ରଫେସର ଡ୍ ସତ୍ୟନାରାୟଣ ମିଶ୍ର ନ୍ୟାୟିକ ସଂସ୍କାର ବିଷୟରେ କହିଥିଲେ l ଶ୍ରୀ ମିଶ୍ର କହିଲେ ଯେ ଆଇନ ଶିକ୍ଷା ରେ ପରିବର୍ତ୍ତନ ଫଳରେ ଭଲ ବିଚାରପତି ଚୟନ ପ୍ରକ୍ରିୟାରେ ନିଯୁକ୍ତି ହେଉଛନ୍ତି ।ଅବସର ବିଚାରପତି ମାନଙ୍କୁ ବିଧି ଅନୁଯାୟୀ ନିଯୁକ୍ତି ଦେଲେ ମକଦ୍ଦମା ଗୁଡ଼ିକ ଶୀଘ୍ର ଫଇସଲl ହୋଇପାରନ୍ତା ନଚେତ୍ ଲୋକଙ୍କ ଆଇନ ବିଭାଗ ପ୍ରତି ଆସ୍ଥା ତୁଟିଯିବ l ବାର କାଉନସିଲ ଦ୍ଵାରା ଡ୍ରେସ କୋଡ ରେ ପରିବର୍ତ୍ତନ, ଭରଚୁଆଲ କେସ,ବ୍ରେନ ମାପିଂ,ପଳିଗ୍ରlଫ ଟେଷ୍ଟ,ବହୁ ସଂଖ୍ୟାରେ ଉଚ୍ଚ ଓ ସର୍ବୋଚ୍ଚ ନ୍ୟାୟାଳୟ ପାଇଁ ଜ୍ଞାନୀ ବିଚାରପତି ମାନଙ୍କୁ ଲିଖିତ ପରୀକ୍ଷା ଦ୍ଵାରା ଚୟନ କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା l ଥିଙ୍କର୍ସ କ୍ଲବ୍ ସଭାପତି ବରଦା ଦାସ ଅଧ୍ୟକ୍ଷତା କରି ସମସ୍ୟାର ସମାଧାନ ପାଇଁ ଯଥାଶୀଘ୍ର କର୍ତ୍ତୃପକ୍ଷଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି କହିଥିଲେ l ଆଲୋଚନାରେ ମଧ୍ୟପ୍ରଦେଶ ରୁ ଆଇନ କଲେଜ ଅଧ୍ୟକ୍ଷ ଡ୍ ରଜତ ଶତପଥୀ, ଡ୍ ସନ୍ତୋଷ ମହାପାତ୍ର, ପ୍ରଭାତ କୁମାର ସାମଲ, ଡ୍ ନନ୍ଦ ନନ୍ଦନ ଦାସ,ପ୍ରଫେସର ଉମା ଶଙ୍କର ମିଶ୍ର ଅଂଶ ଗ୍ରହଣ କରିଥିଲେ ଓ ପ୍ରଶ୍ନ ପଚାରି ଥିଲେ l ପରବର୍ତ୍ତୀ ଆଲୋଚନା କଲେଜୀୟମ୍, ସାଧାରଣ ଆଇନ ରେ ସମାନତା, ମୌଳିକ ଅଧିକାର,ସମ୍ବିଧାନ ବିଷୟରେ ଅନୁଷ୍ଠିତ ହେବ l ଆଗ୍ରହୀ ଲୋକେ ଅଂଶ ଗ୍ରହଣ ପାଇଁ ଯୋଗ। ଯୋଗ କରିପାରିବେ l
Related Stories
November 24, 2024