ପୁରୀ, ଆସନ୍ତାକାଲି ବିଜୁ ଜନତା ଦଳ (ବିଜେଡ଼ି) ତା’ର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ୨୫ ପୁରି ୨୬ ବର୍ଷରେ ପାଦ ଦେବାକୁ ଯାଉଛି ବିଜେଡ଼ି । ପୁରୀରେ ଏହି ପ୍ରତିଷ୍ଠା ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ତାଳବଣିଆ ଇନଡୋର ଷ୍ଟାଡ଼ିୟମରେ ରାଜ୍ୟସ୍ତରିୟ ସମାବେଶ ନେଇ ବ୍ୟାପକ ଆୟୋଜନ ହୋଇଛି । ବରିଷ୍ଠ ନେତା ଓ କର୍ମକର୍ତା ମାନେ ପୁରୀରେ ରହି ଏହାର ତଦାରଖ କରୁଛନ୍ତି । ବିଜେଡ଼ିର ଏହି ରୌପ୍ୟ ଜୟନ୍ତୀ ସମାରୋହରେ ସାମିଲ୍ ହେବେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ଵ କାର୍ଯ୍ୟକର୍ତା । ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ଏହା ସହିତ ପ୍ରତିଷ୍ଠା ଦିବସରେ ପୁରୀରେ ନିଜର ସାଂଗଠନିକ ଶକ୍ତି ପ୍ରଦର୍ଶନ କରିବ ବିଜେଡ଼ି ।
ଏଠାରେ ଉଲ୍ଲେଖଯୋଗ୍ୟ, ୧୯୯୭ ଡ଼ିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ ।