କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଲୋକପ୍ରିୟତା ଜିଲ୍ଲାରେ ବଢୁଥିବାବେଳେ ଏଥିରୁ ଫାଇଦା ହାସଲ କରିବା ପାଇଁ କେତେକ ଦୁର୍ବୁର୍ତ ଉଦ୍ୟମ ଚଳାଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା, ତକ୍ରାଳ କାର୍ଯ୍ୟାନୁÂାନ, ଜନସାଧାରଣଙ୍କ ଆପତି ଅଭିଯୋଗ ଧର୍ଯ୍ୟର ସହ ଶୁଣି ତକ୍ରାଳ ସମାଧାନ କରିବା ପାଇଁ ପ୍ରଚେଷ୍ଟା ହେତୁ ସବୁସ୍ତରରେ ତାଙ୍କର ସାମର୍ଥ୍ୟ ଓ ଆଗ୍ରହ ଓ କାର୍ଯ୍ୟ ଦକ୍ଷତାକୁ ଜିଲ୍ଲାବାସୀ ପସନ୍ଦ କରୁଛନ୍ତି । ତେବେ ଏଥିରୁ ଫାଇଦା ମାରିବା ପାଇଁ ଓ ବଦନାମ୍ କରିବା ପାଇଁ କେତେକ କୁଚକ୍ରୀ ଜାଲ୍ ଫେସ୍ବୁକ୍ ଆକାଉଂଟ୍ ଜିଲ୍ଲାପାଳଙ୍କ ନାମରେ ଖୋଲି ବିଭିନ୍ନ ମତ ମନ୍ତବ୍ୟ ପୋଷ୍ଟିଂ କରୁଥିବା ଜଣାପଡିଛି । ଏହା ଜାଣିବାପରେ ଜିଲ୍ଲାପାଳ ଶ୍ରୀ ବର୍ମା ଏଭଳି ଚକ୍ରାନ୍ତକାରୀଙ୍କୁ ଧରିବା ପାଇଁ ଓ ଆଇନ୍ ଅନୁଯାୟୀ କାର୍ଯ୍ୟାନୁÂାନ ଗ୍ରହଣ କରିବା ପାଇଁ ଏସ୍ପି ନୀତିଶେଖରଙ୍କୁ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏ ନେଇ ଏକ ଏତଲା ଖୁବ୍ ଶିଘ୍ର ଦାୟର କରାଯିବ ବୋଲ ଜଣାପଡିଛି । କିଛିଦିନ ତଳେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ କେନ୍ଦ୍ରାପଡାରୁ ବଦଳି ହୋଇଯାଇଥିବା ଏକ ମିଥ୍ୟା ସମ୍ବାଦ ସୋସିଆଲ୍ ମିଡିଆରେ ଘୁରୁ ବୁଲୁଥିଲା । ଏପରିକି ତାଙ୍କ ବଦଳରେ ଅନ୍ୟ ଜଣେ ଜିଲ୍ଲାପାଳ ଭାବେ ଅଳ୍ପ ସମୟ ପରେ ଜଏନ୍ କରିବେ ବୋଲି ମଧ୍ୟ ସମ୍ବାଦ ପ୍ରକାଶ ପାଇଥିଲା । ଏପରି ଚାଂଚଲ୍ୟକର ମିଥ୍ୟା ସମ୍ବାଦ ସୋସିଆଲ୍ ମିଡିଆରେ ପୋଷ୍ଟିଂ କରି ପ୍ରଶାସନରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଉଦ୍ୟମକୁ ସବୁସ୍ତରରେ ନିନ୍ଦା କରାଯାଇଛି ।
Related Stories
November 25, 2024