ଭୂବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ଅନୁଗୋଳ ଜିଲ୍ଲା ଗାନ୍ଧିମାର୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶାର ୪୭ତମ ରାଜ୍ୟ ଅଧିବେଶନରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ବିଦ୍ୟାର୍ଥୀ ପରିଷଦର ଜଣେ ପୁରାତନ କାର୍ଯ୍ୟକର୍ତ୍ତା ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୁବ ବନ୍ଧୁ ମାନଙ୍କ ସହିତ ମିଶି ମୁଁ ଅତ୍ୟନ୍ତ ଆନନ୍ଦିତ ।