ଭୁବନେଶ୍ବର,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ଅନୁଗୋଳ ଜିଲ୍ଲା ଗାନ୍ଧିମାର୍ଗ ଛକ ସରଳିଆ ଭବନ ଠାରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ “ଆମ ଅନୁଗୋଳ ଆମ ଗୌରବ” ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଯୋଗ ଦେଇଛନ୍ତି । ତାଙ୍କ ସହ ପୂର୍ବତନ ଭାରତୀୟ କ୍ରିକେଟର ଓ ସାଂସଦ ଗୌତମ ଗମ୍ଭୀର ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ – ନିୟମିତ ଭାବରେ ରକ୍ତଦାନ କରି ଲୋକମାନଙ୍କ ସେବା କରିବା ତଥା ପରସ୍ପରକୁ ସହାୟତା କରିବା ଆମର ଦାୟିତ୍ୱ । ରକ୍ତଦାନ ଭଳି ପୁଣ୍ୟ କାମରେ ନିୟୋଜିତ ଯୁବ ବନ୍ଧୁ ମାନଙ୍କୁ ଧନ୍ୟବାଦ । ଏହି ଉଦ୍ୟମ ଅନେକ ଲୋକମାନଙ୍କୁ ସ୍ୱେଚ୍ଛାକୃତ ଭାବରେ ରକ୍ତ ଦାନ କରିବା ପାଇଁ ପ୍ରେରିତ କରିବ ।