କେନ୍ଦ୍ରାପଡ଼ା – ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଶିବିର ଅଦାଲତ୍ କେନ୍ଦ୍ରାପଡାରେ ବୁଧୁବାର ଅନୁÂିତ ହୋଇଯାଇଛି । ଅଧ୍ୟକ୍ଷା ଡଃ. ମିନତୀ ବେହେରାଙ୍କ ନେତୃତ୍ୱରେ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ଓ ସ୍ୱର୍ଣ୍ଣଲତା ସାମଲଙ୍କ ଏକ ଟିମ୍ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅଦାଲତ୍ ପରିଚାଳନା କରି ମାମଲା ଗୁଡିକର ଶୁଣାଣି କରିଥିଲେ । ଅଧ୍ୟକ୍ଷା ତାଙ୍କ ଉଦ୍ବୋଧନରେ ନାରୀମାନେ କିଭଳି ସମାଜରେ ଆମ୍ô ସମ୍ମାନର ସହ ଜୀବନ ବିତାଇବେ, ପରିବାରରୁ ଓ ସମାଜରୁ ହିଂସାମୁକ୍ତ ଜୀବନ ଅତିବାହିତ କରିବେ ସେଥିପ୍ରତି ସବୁବେଳେ ସଜାଗ ରହିଛନ୍ତି । ସୁନ୍ଦର ସମାଜ ଓ ଜୀବନ ଗଠନ କରିବାକୁ ହେଲେ ସମସ୍ତଙ୍କୁ କିଛି ନା କିଛି ତ୍ୟାଗ କରିବାକୁ ପଡିବ । ଜିଲ୍ଲାପାଳ ସମର୍ଥ ବର୍ମା ନିଜ ବକ୍ତବ୍ୟରେ ମହିଳାମାନଙ୍କୁ ଖର୍ଚ୍ଚାନ୍ତରୁ ରକ୍ଷା କରିବା ଓ ହଇରାଣ ହରକତରୁ ସୁରକ୍ଷା ପାଇଁ ଓ ମହିଳାମାନଙ୍କୁ ନ୍ୟାୟ ଦେବାପାଇଁ ଆୟୋଗଙ୍କ ଏଭଳି ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ବକ୍ତବ୍ୟ ରଖିଥିଲେ । ଆଜିର କ୍ୟାମ୍ପ କୋର୍ଟରେ ମୋଟ୍ ୪୨ ଗୋଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ୩୦ଟିର ପକ୍ଷମାନେ ଉପସ୍ଥିତ ଥିଲେ । ଏଥିମଧ୍ୟରୁ ୧୧ଟି କେଶ୍ରେ ଉଭୟ ପକ୍ଷ ୧୨ ଟି କେଶ୍ରେ କେବଳ ଗୋଟିଏ ପକ୍ଷ ଓ ୭ଟି କେଶ୍ରେ କେବଳ ପ୍ରତିପକ୍ଷ ହାଜର ହୋଇଥିଲେ । ଏଥିମଧ୍ୟରୁ ୯ଟି ମାମଲାର ସମାଧାନ କରାଯାଇଥିଲା । ୧ ଗୋଟି କେଶ୍କୁ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ବିଚାର ପାଇଁ ପଠାଯାଇଛି । ୧୭ ଗୋଟି ମାମଲାରେ ପୁନର୍ବାର ପକ୍ଷମାନେ ଉପସ୍ଥିତ ହେବାପାଇଁ ନୋଟିସ୍ ଜାରି କରାଯାଇଛି । ଦୁଇଗୋଟି ତଦନ୍ତ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଆୟୋଗଙ୍କ କୋର୍ଟକୁ ଆସିଥିବା ୪ଟି ନୂତନ ମାମଲାର ପଂଜୀକରଣ କରାଯାଇଛି । ଆଜିର ଅଦାଲତ୍ରେ ଏସ୍ପି ନୀତିଶେଖର, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ, ମହିଳା ସୁରକ୍ଷା ଅଧିକାରୀ, ସଦର ଉପଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଓ କମିଶନଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Related Stories
November 25, 2024